ଭୁବନେଶ୍ବର ୩।୭: ଏକ ବିରଳ ତଥା ଅନନ୍ୟ ମହାକାଶୀୟ ଘଟଣା ଜୁଲାଇ ୪ ତାରିଖ ଅର୍ଥାତରେ ଘଟିବ । ଇଂରାଜୀରେ ଏହାକୁ ଗ୍ରହ ପରେଡ କୁହାଯାଏ । ଆମେ ଏହାକୁ ମହାପୂର୍ଣ୍ଣ ଗ୍ରହ ମିଳନ କହିବା । ଶନିବାର ବିରଳ ତଥା ଅନନ୍ୟ ଗ୍ରହ ମିଳନ ହେବ ।
ସୌର ଜଗତର ସମସ୍ତ ୮ଟି ଗ୍ରହ ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହଷ୍ପତି, ଶନି, ୟୁରାନସ, ନେପଚୁନ ସହ ପ୍ଲୁଟୋ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ବରେ ରହିବେ । ଏପରି ଗ୍ରହମାନଙ୍କ ମିଳନ ୧୯୮୨ ମସିହାରେ ଘଟିଥିଲା । ଏହା ୨୧୬୧ ଏବଂ ୨୪୯୨ ମସିହାରେ ଘଟିବ ।
ସେହିପରି ଅନ୍ୟ ଏକ ବିରଳ ଦୃଶ୍ୟ ଜୁଲାଇ ୧୯ ତାରିଖରେ ସୂର୍ଯ୍ୟାଦୟର ପ୍ରାୟ ୫୦ ମିନିଟ୍ ପୂର୍ବରୁ ଆକାଶରେ ଚନ୍ଦ୍ର ଏବଂ ୫ଟି ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଦେଖାଯିବ । ଏହି ୫ଟି ଗ୍ରହ ଜୁଲାଇ ୨୫ ତାରିଖ ଯାଏଁ ଦେଖାଯିବ ।
from Prameya News7 https://ift.tt/2YVfV8p
ବିରଳ ମହାଗ୍ରହ ମିଳନ : ମହାକାଶରେ ସୂର୍ଯ୍ୟଙ୍କ ଗୋଟିଏ ପାର୍ଶ୍ବରେ ରହିବେ ୮ଟି ଗ୍ରହ
Reviewed by SUBHENDU BARAL
on
July 02, 2020
Rating:
No comments: