ପ୍ରସ୍ତାବ ଭାଙ୍ଗିଯିବା ସତ୍ତ୍ବେ ବି ଘରୁ ଲୁଚି କଲେ ପ୍ରେମ ବିବାହ, ଶେଷରେ ଯୌତୁକ ଯୁଇରେ ଜଳିଲେ ନବବଧୂ !

ଭଦ୍ରକ ୩।୭: ପୁଣି ବଧୂହତ୍ୟା ଅଭିଯୋଗ । ଏଭଳି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚକପୁର ଗାଁରୁ । ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାପଘର ଲୋକେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଅଣ୍ଡରେଇ ଗାଁର ପ୍ରଞ୍ଜା ପାରମିତା ଜେନାଙ୍କ ସହ ଭଦ୍ରକ ଜିଲ୍ଲା ଚକପୁର ଗାଁର ତପନ ଜେନାଙ୍କ ସହ ବିବାହ ପ୍ରସ୍ତାବ ପଡିଥିଲା । କିନ୍ତୁ ଉଭୟ ପରିବାର ମଧ୍ୟରେ ମନୋମାଳିନ୍ୟ ହେବାରୁ ବିବାହ ଭାଙ୍ଗିଯାଇଥିଲା । କିନ୍ତୁ ଉଭୟ ପୁଅ ଓ ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରାୟ ୪ ମାସ ତଳେ ଉଭୟ ଘରୁ ପଳାଇଯାଇ ବିବାହ କରିଥିଲେ ।

ବିବାହ ପରେ ନବବଧୂଙ୍କୁ ଯୌତୁକ ପାଇଁ ଶ୍ଵଶୁର ଘର ଲୋକେ ନିର୍ଯାତନା ଦେଉଥିବା କହିଛନ୍ତି ମୃତକଙ୍କ ମା’ । ଏବେ ଝିଅକୁ କିରୋସିନ ଢାଳି ହତ୍ୟା କରାଯାଇଥିବା ନେଇ ଝିଅ ଘରଲୋକେ ଅଭିଯୋଗ କରିଛନ୍ତି ।

ଭଦ୍ରକ ଏସଡିପିଓ ଓ ଗ୍ରାମାଞ୍ଚଳ ଥାନାଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଫରେନସିକ୍ ଟିମ୍ ମଧ୍ୟ ଗାଁରେ ପହଞ୍ଚି ଯାଞ୍ଚ କରୁଛି । ମୃତ ନବବଧୂଙ୍କ ସ୍ଵାମୀ ତପନ ଜେନାକୁ ଗ୍ରାମାଞ୍ଚଳ ପୋଲିସ ଅଟକ ରଖିଥିବା ବେଳେ ଶାଶୁ, ଶ୍ଵଶୁର, ନଣନ୍ଦ, ଯା ଓ ଦେଢଶୁର ଫେରାର ହୋଇଯାଇଥିବା ସୂଚନା ମିଳିଛି ।



from Prameya News7 https://ift.tt/2BwigOc
ପ୍ରସ୍ତାବ ଭାଙ୍ଗିଯିବା ସତ୍ତ୍ବେ ବି ଘରୁ ଲୁଚି କଲେ ପ୍ରେମ ବିବାହ, ଶେଷରେ ଯୌତୁକ ଯୁଇରେ ଜଳିଲେ ନବବଧୂ ! ପ୍ରସ୍ତାବ ଭାଙ୍ଗିଯିବା ସତ୍ତ୍ବେ ବି ଘରୁ ଲୁଚି କଲେ ପ୍ରେମ ବିବାହ, ଶେଷରେ ଯୌତୁକ ଯୁଇରେ ଜଳିଲେ ନବବଧୂ ! Reviewed by SUBHENDU BARAL on July 02, 2020 Rating: 5

No comments:

Powered by Blogger.