ସମ୍ବଲପୁର୩୧/୭: ପଶ୍ଚିମ ଓଡିଶାର ସଂସ୍କୃତି ଓ କଳାକୁ ପୁଣି ଜାତୀୟ ସ୍ତରରେ ସମ୍ମାନ ମିଳିଛି । ଦେଶ ତଥା ବିଦେଶରେ ଓଡିଶା ସମ୍ବଲପୁରୀ ଶାଢୀର ଚାହିଦା ବଢୁଥିବା ବେଳେ ଆଉ ଇତିହାସ ସୃଷ୍ଟି କରିଛି ସମ୍ବଲପୁରୀ ଶାଢୀ । ଅଭିନେତ୍ରୀ ଆମ ରାଜ୍ୟର କଳା ଓ ସଂସ୍କୃତି ସହିତ ଜୋଡି ଦେବା ସହ ସମ୍ବଲପୁରୀ ଶାଢୀର ପ୍ରଚାର ଓ ପ୍ରସାର ପାଇଁ ଆଗେଇ ଆସିଛଛନ୍ତି । ସୋନପୁର ବୁଣାକାରଙ୍କ ହାତବୁଣା ସମ୍ବଲପୁରୀ ଶାଢୀ ଓଡିଶା କାହିଁକି ଭାରତରେ ନାଁ ରହିଛି ।ଶୁକ୍ଷ୍ମ ପାଟ ସୁତା ତିଆରୀ ସମ୍ବଲପୁରୀ ସାଢୀ ସମସ୍ତଙ୍କ ପସନ୍ଦ ।
ଏବେ ଏକ ସମ୍ବଲପୁରୀ ଶାଢୀର ନୁାଆଁ ଲୁକରେ ହିନ୍ଦୀ ଚଳଚିତ୍ର ଅଭିନେତ୍ରୀ ବିଦ୍ୟା ବାଲନ । ସେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର କେନ୍ଦୁପାଲି ଗାଁରେ ବୁଣାକର ରମାକାନ୍ତ ମେହେର ବିଦ୍ୟା ପିନ୍ଧିଥିବା ସମ୍ବଲପୁରୀ ଶାଢୀକୁ ବୁଣିଛନ୍ତି ।ସେ ତାଙ୍କ ଆଗାମୀ ଚଳଚିତ୍ର ଶକୁନ୍ତଳା ଦେବୀର ସମ୍ବଲପୁରୀ ଶାଢୀ ପିନ୍ଧି ଇ-ପ୍ରମୋସନ କରିଛନ୍ତି । ସେ ପିନ୍ଧିଥିବା ସମ୍ବଲପୁରୀ ଶାଢିର ଏକ ଫଟୋ ଏବଂ ଭିଡିଓକୁ ପୋଷ୍ଟ କରିଛନ୍ତି ।ସୋନପୁର ଜିଲ୍ଲାରର ରମାକାନ୍ତ ମହେରକୁ ଏହି ବାନ୍ଧ ଶାଢିକୁ ବୁଣିବାକୁ ଏକ ମାସ ସମୟ ଲାଗିଥିଲା ।ଏହି ଭିଡଓ ଓ ଫଟୋ ସୋସିଆଲ ମିଡିଆରେ ନେଇ ଚାରିଆଡେ ଚର୍ଚ୍ଚା ।
from Prameya News7 https://ift.tt/33aEscj
No comments: