ଏଣିକି ପ୍ରତିଦିନ କାରବାରର ତଥ୍ୟ ଦେବ RBI : ଜୁନ୍ ୩ରେ ATMରୁ ଉଠିଛି ୪୪୨୭କୋଟି, ବ୍ୟାଙ୍କିଙ୍ଗ ପ୍ରତିନିଧିଙ୍କ ଦ୍ବାରା ୬୬୮କୋଟିର ନେଣଦେଣ
ନୂଆଦିଲ୍ଲୀ ୬।୬: ଦେଶରେ ଯେଉଁଭଳି ଭାବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ଜାରି ହେଉଛି, ସେହିଭଳି ବର୍ତ୍ତମାନ ଟଙ୍କା କାରବାରର ତଥ୍ୟ ମଧ୍ୟ ପ୍ରଦାନ କରାଯିବ । ବାସ୍ତବରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଶର ବିଭିନ୍ନ ପେମେଣ୍ଟ ସିଷ୍ଟମରୁ ପ୍ରତିଦିନ କାରବାର ସମ୍ପର୍କରେ ସୂଚନା ଦେବା ଆରମ୍ଭ କରିଛି । ଏହା ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କ NEFT, RTGS ଏବଂ UPI ରୁ ଦୈନିକ କାରବାର ସହିତ ଏଟିଏମରୁ ଟଙ୍କା ଉଠାଣ ସମ୍ପର୍କରେ ସୂଚନା ଦିଆଯାଉଛି ।
ରିଜର୍ଭ ବ୍ୟାଙ୍କ ଜୁନ୍ ୩ରେ ଟଙ୍କା କାରବାରର ତଥ୍ୟ ପରଦିନ ଅର୍ଥାତ୍ ଜୁନ୍ ୪ରେ ପ୍ରକାଶ କରିଥିଲା । ଏହି ତଥ୍ୟ ଅନୁଯାୟୀ, ଜୁନ୍ ୩ ରେ ସାରା ଦେଶରେ ଏଟିଏମ୍ ମେସିନରୁ ୪,୪୨୬.୯୨ କୋଟି ଟଙ୍କା ଉଠାଯାଇଛି । ଯେଉଁଠାରେ କି ୬୬୮.୮୮ କୋଟି ଟଙ୍କାର କାରବାର ବ୍ୟାଙ୍କିଙ୍ଗ୍ ପ୍ରତିନିଧିଙ୍କ ମାଧ୍ୟମରେ ହୋଇଥିଲା । ଦେଶରେ RTGS ମାଧ୍ୟମରେ ୪.୩ ଲକ୍ଷ କାରବାର କରାଯାଇଥିଲା, ଯାହାର ମୂଲ୍ୟ ୩୩,୬୩୨.୮୯ କୋଟି ଟଙ୍କା ଥିଲା ।
ସେହିଭଳି NEFTରୁ ମୋଟ୍ ୧୦୦.୩୬ ଲକ୍ଷ କାରବାର କରାଯାଇଥିଲା ଏବଂ ଏହାର ମୂଲ୍ୟ ୬୨.୯୮୫.୭୫ କୋଟି ଟଙ୍କା ଥିଲା । ଜୁନ୍ ୩ରେ UPIରୁ ୪୫୬.୨୬ଲକ୍ଷ ଟଙ୍କା କାରବାର ହୋଇଥିଲା ଏବଂ ଏହାର ମୂଲ୍ୟ ୯,୬୨୨.୩୮କୋଟି ଟଙ୍କା ଥିଲା । IMPS ହୋଇଥିବା କାରବାରର ମୂଲ୍ୟ ୭,୬୫୩.୭୧ କୋଟି ଥିଲା । ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ଦିନର କାରବାରର ତଥ୍ୟ ଏହାର ପରବର୍ତ୍ତୀ କାର୍ଯ୍ୟ ଦିବସରେ କରାଯିବ ।
ରିଜର୍ଭ ବ୍ୟାଙ୍କ ଖୁବ୍ ଶୀଘ୍ର କାର୍ଡରେ ହେଉଥିବା କାରବାରର ତଥ୍ୟ ପ୍ରଦାନ କରିବ । ଏଥିପାଇଁ ସେ ରିପୋର୍ଟିଂ ସିଷ୍ଟମ ପ୍ରସ୍ତୁତ କରିବା ଯୋଜନାରେ ରହିଛନ୍ତି । ଆରବିଆଇ କହିଛି ଯେ, ରିସର୍ଚ୍ଚ ଏବଂ ଇନୋଭେସନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ତଥ୍ୟଗୁଡିକ ପ୍ରକାଶ କରାଯାଉଛି ।
ସୂଚନାଯୋଗ୍ୟ ଯେ, କରୋନା ସଙ୍କଟ ସମୟରେ ଆରବିଆଇ ବ୍ୟାଙ୍କିଙ୍ଗ ସହ ଜଡିତ ଅନେକ ପରିବର୍ତ୍ତନ କରିଛି । ଏହା ଅଧୀନରେ ଏଟିଏମରୁ ଟଙ୍କା ଉଠାଇବା ସହିତ ଅନ୍ୟାନ୍ୟ ଜିନିଷ ଉପରେ ଜୁନ୍ ୩୦ ପର୍ଯ୍ୟନ୍ତ ରିହାତି ଦିଆଯାଇଛି । ତଥାପି ଏପରି ସମ୍ଭାବନା ଅଛି ଯେ, ଏହି ଛାଡ ଅବଧି ଆହୁରି ଆଗକୁ ବଢିପାରେ ।
from Prameya News7 https://ift.tt/30aE8sx
No comments: