ସବ୍ୟସାଚୀଙ୍କ ନାଁ ନେଇ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡ଼ପ୍‌ ପାଇଁ ଉଦ୍ୟମ କରୁଥିଲେ, ଶେଷରେ… Rajalaxmi Sahoo

ଭୁବନେଶ୍ୱର: ଅଭିନେତାଙ୍କ ନାଁ ନେଇ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡପ ଉଦ୍ୟମ ଅଭିଯୋଗରେ ପୁଲିସ୍‌ ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରିଛି। ଓଲିଉଡ୍ ଅଭିନେତା ସବ୍ୟସାଚୀଙ୍କ ନାଁ ନେଇ ଜଣେ ଦୁର୍ବୃତ୍ତ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡପ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଗିରଫ କରିଛି। 

ଅଭିଯୋଗ ଅନୁଯାୟୀ, କୋଏମ୍ବାଟୁରରେ ଫସି ରହିଥିବା ଜଣେ ପ୍ରବାସୀ ଶ୍ରମିକଙ୍କୁ ଓଡିଶା ଫେରିବା ପାଇଁ ଦୁର୍ବୃତ୍ତ ଜଣଙ୍କ ୬ହଜାର ୫ଶହ ଟଙ୍କା ଜମା କରିବା ପାଇଁ କହିଥିଲେ। କିନ୍ତୁ ଦୁର୍ବୃତ୍ତଙ୍କ କଥାବାର୍ତ୍ତାରେ ସନ୍ଦେହ ହେବାରୁ ପ୍ରବାସୀ ଶ୍ରମିକ ଜଣଙ୍କ ସବ୍ୟସାଚୀଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ସବ୍ୟସାଚୀ ଭୁବନେଶ୍ୱର ଡିସିପିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।

ସୂଚନା ଅନୁସାରେ, ବାହାର ରାଜ୍ୟରେ ଫସି ରହିଥିବା ଯେଉଁ ପ୍ରବାସୀ ଓଡ଼ିଆମାନେ ସହାୟତା ପାଇଁ ସୋସିଆଲ୍‌ ମିଡିଆରେ ମେସେଜ୍‌ କରୁଥିଲେ, ସେମାନଙ୍କ ସହ ଦୁର୍ବୃତ୍ତ ଜଣକ ପ୍ରଥମେ ଯୋଗାଯୋଗ କରୁଥିଲେ। ଏହାପରେ ସବ୍ୟସାଚୀଙ୍କ ନାଁ ନେଇ ସେ ତାଙ୍କର ଚାଲ୍‌ ଚଲାଇବା ଆରମ୍ଭ କରିଥିଲେ। ସବ୍ୟସାଚୀ ସାହାଯ୍ୟ କରିବା ପାଇଁ କହିଛନ୍ତି ବୋଲି କହିବା ସହ ୬ହଜାର ୫ଶହ ଟଙ୍କା ଦେବାପାଇଁ ସମ୍ପୃକ୍ତ ଦୁର୍ବୃତ୍ତ ଜଣକ ପ୍ରବାସୀ ଓଡ଼ିଆଙ୍କୁ କହିଥିଲେ। ଏହି ଟଙ୍କାରେ ପ୍ରବାସୀଙ୍କୁ ଖାଇବା ପ୍ରଦାନ କରାଯିବା ସହ ଓଡ଼ିଶା ପହଞ୍ଚିବା ପରେ କ୍ୱାରେଣ୍ଟିନ୍‌ରେ ରଖାଯିବ। କ୍ୱାରେଣ୍ଟିନ୍ ସରିବା ପରେ ସରପଞ୍ଚ ୬ହଜାର ୫ଶହ ଟଙ୍କା ଫେରସ୍ତ କରିଦେବେ ବୋଲି ଦୁର୍ବୃତ୍ତ ଜଣକ କହିଥିଲେ। 

ହେଲେ ଟଙ୍କା ହଡ଼ପ ପାଇଁ ଦୁର୍ବୃତ୍ତ ଜଣକ ଚଲାଇଥିବା ଚାଲ୍‌ ଶେଷରେ ଫେଲ୍‌ ମାରିଥିଲା। ଦୁର୍ବୃତ୍ତଙ୍କ କଥାବାର୍ତ୍ତାରେ ସନ୍ଦେହ ହେବାରୁ ପ୍ରବାସୀ ଶ୍ରମିକ ଜଣଙ୍କ ସବ୍ୟସାଚୀଙ୍କ ସହ ଯୋଗାଯୋଗ କରିବା ପରେ ଘଟଣା ଉପରୁ ପର୍ଦ୍ଦା ହଟିଥିଲା।

The post ସବ୍ୟସାଚୀଙ୍କ ନାଁ ନେଇ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡ଼ପ୍‌ ପାଇଁ ଉଦ୍ୟମ କରୁଥିଲେ, ଶେଷରେ… appeared first on OTV Khabar..



from OTV Khabar. https://ift.tt/3hjUllh
ସବ୍ୟସାଚୀଙ୍କ ନାଁ ନେଇ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡ଼ପ୍‌ ପାଇଁ ଉଦ୍ୟମ କରୁଥିଲେ, ଶେଷରେ… Rajalaxmi Sahoo ସବ୍ୟସାଚୀଙ୍କ ନାଁ ନେଇ ପ୍ରବାସୀ ଶ୍ରମିକଙ୍କ ଠାରୁ ଟଙ୍କା ହଡ଼ପ୍‌ ପାଇଁ ଉଦ୍ୟମ କରୁଥିଲେ, ଶେଷରେ… Rajalaxmi Sahoo Reviewed by SUBHENDU BARAL on June 11, 2020 Rating: 5

No comments:

Powered by Blogger.