ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରବାସୀଙ୍କ ସରକାରୀ କ୍ୱାରେଣ୍ଟିନ୍ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏଣିିକି ୭ ଦିନ ବଦଳରେ ୧୪ ଦିନ ପ୍ରବାସୀଙ୍କୁ କ୍ୱାରେଣ୍ଟିନ୍ରେ ରଖାଯିବ। ଏ ନେଇ ଜିଲ୍ଲାର ସବୁ ବ୍ଲକ୍ର ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି।
୭ ଦିନ ସରକାରୀ କ୍ୱାରେଣ୍ଟିନ୍ରେ ରହି ଘରକୁ ଯିବା ପରେ ମଧ୍ୟ କେତେକ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ଦର୍ଶାଇଛନ୍ତି। ଏହାସହ ଗ୍ରାମାଞ୍ଚଳରେ ହୋମ୍ କ୍ୱାରେଣ୍ଟିନ୍ରେ ରହିବା ପାଇଁ ଲୋକଙ୍କ ଘରେ ସ୍ୱତନ୍ତ୍ର ପାଇଖାନା ମଧ୍ୟ ନାହିଁ। ଏହି ଦୁଇଟି ମୁଖ୍ୟ କାରଣ ପାଇଁ ସରକାରୀ କ୍ୱାରେଣ୍ଟିନ୍ ସମୟ ସୀମା ୭ ଦିନରୁ ୧୪ ଦିନକୁ ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ଚିଠିରେ ଦର୍ଶାଇଛନ୍ତି।
ଘରକୁ ଯିବା ପରେ ମଧ୍ୟ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଉପରେ ୭ ଦିନ ନଜର ରଖିବାକୁ କୁହାଯାଇଛି।
from OTV Khabar. https://ift.tt/378lfb3
ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କ୍ୱାରେଣ୍ଟିନ୍ ଅବଧି ବୃଦ୍ଧି Rajalaxmi Sahoo
Reviewed by SUBHENDU BARAL
on
June 06, 2020
Rating:
No comments: