ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ କରୋନା ବିପଦ ! ହସ୍ପିଟାଲ ଜରିଆରେ ସଂକ୍ରମଣର ଆକ୍ରାନ୍ତ ହେଉଛନ୍ତି କରୋନା ଯୋଦ୍ଧା। ଏହି ଦୁଇଟି ଘଟଣା ଏବେ ରାଜ୍ୟରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ମହାମାରୀ କରୋନା ମୁକାବିଲାର ଆଗ ଧାଡ଼ିର ଯୋଦ୍ଧା ଅନେକ ଡାକ୍ତର, ନର୍ସ ନିଜ କୋଭିଡ୍ରେ ଆକ୍ରାନ୍ତ ହେଉଛନ୍ତି। ପୁଣି ଡାକ୍ତରଖାନାରୁ ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବା ନିହାତି ଭାବେ ଗମ୍ଭୀର ବିଷୟ।
ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲରୁ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ଆଚାଯର୍ୟ ହରିହର କ୍ୟାନସର ହସ୍ପିଟାଲର ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ଷ୍ଟାଫ ଅଛନ୍ତି ଆଇସୋଲେସନରେ। ଆଜି ସେମାନଙ୍କ କରୋନା ଟେଷ୍ଟ ହେବ । ସଂପୃକ୍ତ ଓ୍ୱାର୍ଡକୁ ସିଲ୍ ମଧ୍ୟ କରାଯାଇଛି । ସେପଟେ ସଂକ୍ରମଣର ସ୍ଥାନ ପାଲଟିଥିବା ରାଜଧାନୀର ବ୍ଲୁ ହ୍ବିଲ୍ ହସ୍ପିଟାଲକୁ ସିଲ୍ କରିଛି ବିଏମ୍ସି।
ଅନ୍ୟପକ୍ଷେ ରାଜ୍ୟରେ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହେଉଥିବାରୁ ସଂକ୍ରମଣ ରୋକିବା ପାଇଁ DMET () ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ସମସ୍ତ ଗାଇଡ୍ଲାଇନ ପାଳିବାକୁ ସମସ୍ତ ହସ୍ପିଟାଲକୁ DMET ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ସମସ୍ତ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନେ ସମସ୍ତ କର୍ମଚାରୀଙ୍କୁ କରୋନା ସଂକ୍ରମଣ ଓ ପ୍ରତିରୋଧ ମୂଳକ ପଦକ୍ଷେପ ସଂପର୍କରେ ୭ ଦିନ ମଧ୍ୟରେ ପ୍ରଶିକ୍ଷଣ ଦେବେ। ପ୍ରଶିକ୍ଷଣ ସଂପୂର୍ଣ୍ଣ ହୋଇଛି ବୋଲି ଏକ ପ୍ରମାଣପତ୍ର ଦାଖଲ କରିବେ। ସମସ୍ତ ଘରୋଇ ହସ୍ପିଟାଲ ସେମାନଙ୍କ ନୋଡାଲ ଅଫିସର୍ସଙ୍କ ନାଁ, ଫୋନ୍ ନମ୍ବର ଓ ଇ-ମେଲ୍ ଆଡ୍ରେସ୍ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରିବେ।
ସମସ୍ତ ହସ୍ପିଟାଲ କରୋନା ସନ୍ଦିଗ୍ଧ କିମ୍ବା କରୋନା ପଜିଟିଭ୍ ରିପୋର୍ଟ ଆସିଥିବା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଫିଭର୍ କ୍ଲିନିକ୍ ବ୍ୟବସ୍ଥା କରିବେ । ସେଠାରେ କାର୍ଯ୍ୟରତ କର୍ମଚାରୀ ହସ୍ପିଟାଲର ଅନ୍ୟ ସ୍ଥାନରେ ନିୟୋଜିତ ହେବେ ନାହିଁ । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ନହେଲା ଯାଏଁ କରୋନା ପଜିଟିଭ୍ ରୋଗୀଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ନାହିଁ ।
The post ବିପଦରେ କରୋନା ଯୋଦ୍ଧା; DMET ଜାରି କଲା ମାର୍ଗଦର୍ଶିକା appeared first on OTV Khabar..
from OTV Khabar. https://ift.tt/2NF1yyV
No comments: