ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହାଣି ସ୍ଵାମୀର ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡା ୦୮।୦୬:  କେନ୍ଦ୍ରାପଡ଼ା ସଦର ଥାନା ଗରାପୁର୍ ଗାଁରେ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ହାଣି ସ୍ଵାମୀର ଆତ୍ମହତ୍ୟା ଉଦ୍ୟମ । ମୃତ ସ୍ତ୍ରୀ ଘୁଙ୍ଗୁରି ମଲିକ । ସ୍ତ୍ରୀକୁ ହତ୍ୟା କରିବା ପରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛି ସ୍ଵାମୀ । ସ୍ଵାମୀ ଝଜି ମଲିକଙ୍କ ଅବସ୍ଥା ଗରୁତର ରହିଛି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ହେଲା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଟ ଲାଗିରହିଥିଲା । ଯାହାଫଳରେ ଗତକାଲି ବିଳମ୍ବିତ ରାତିରେ  ମଧ୍ୟ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ଏତେ ଭୟଙ୍କର ଥିଲା ଯେ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଦେଇଥିଲା ସ୍ୱାମୀ , ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଭଳି ଘଟଣାର ଖବର ପାଇଁ ପଡୋଶୀରେ ରହୁଥିବା ଲୋକମାନେ ପୋଲିସକୁ ଖବର ଦେଇଥିଲା ।

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ୱାମୀକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଘୁଙ୍ଗୁରିଙ୍କ ମୃତଦେହକୁ ଜବତ କରି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ତଥ୍ୟ ଯୋଗାଡ କରି ଛାନ୍‌ଭିନ୍‌ ଜାରି ରଖିଛି । ସୂଚନାନୁସାରେ ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯାଇପାରେ ।  



from Prameya News7 https://ift.tt/37biJ43
ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହାଣି ସ୍ଵାମୀର ଆତ୍ମହତ୍ୟା ଉଦ୍ୟମ ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହାଣି ସ୍ଵାମୀର ଆତ୍ମହତ୍ୟା ଉଦ୍ୟମ Reviewed by SUBHENDU BARAL on June 07, 2020 Rating: 5

No comments:

Powered by Blogger.