ନୀଳଗିରି ୧୧।୦୬: ବାଲି ମାଫିଆଙ୍କ ଦୌରାତ୍ମ । ବାଲେଶ୍ବର ଜିଲ୍ଲା ନୀଳଗିରି ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ । ନୀଳଗିରି ତହସିଲ ଅଧିନ କାଠପାଳ ପୁନଦାଳ ଦେଇ ଯାଇଥିବା ସୋନାନଦୀ ପଠାରୁ ବେଆଇନ ବାଲି ଚାଲାଣକୁ ରୋକିବାରୁ ଦୁଇ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି ବାଲି ମାଫିଆ । ଦୁଇ ଦିନ ତଳେ କାଠପାଳ ଅଞ୍ଚଳରୁ ୨ଟି ଟ୍ରକ, ୩ଟି ଟ୍ରାକ୍ଟର ଓ ଗୋଟିଏ ଲୋଡର ମେସିନ ଜବତ କରିଥିଲେ ତହସିଲଦାର ।
ଗତକାଲି ରାତିରେ ପୁନଦାଳ ଅଞ୍ଚଳରେ ବାଲି ଚୋରି ହେଉଥିବା ଖବର ପାଇ ନୀଳଗିରି ତହସିଲଦାର କିଛି ପୋଲିସ ନେଇ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ ଦୁଇଟି ଡମ୍ଫର, ଗୋଟିଏ ଲୋଡର ଏବଂ ଗୋଟିଏ ଜେସିବି ମେସିନ ମଧ୍ୟ ଜବତ କରିଥିଲେ । ତହସିଲଦାର ଓ ପୋଲିସ ଫୋର୍ସ ଦେଖି କିଛି ଟ୍ରାକ୍ଟର ଛତ୍ରଭଙ୍ଗ ଦେଇଥିଲେ ।ତେବେ କିଛି ବାଲିମାଫିଆ ଏବଂ ଗ୍ରାମବାସୀ ମିଶି ଘଟଣାସ୍ଥଳରେ ତହସିଲଦାରଙ୍କୁ ବିରୋଧ କରିବା ସହ ଅଟକ ରଖିଥିଲେ ।
ଘଟଣା ନେଇ ତହସିଲଦାର ନୀଳଗିରି ଥାନା ଅଧିକାରୀଙ୍କୁ ଫୋନ କରି ସହାୟତା ମାଗିଥିଲେ ମଧ୍ୟ ରୋକଠୋକ ମନା କରିଦେଇଥିଲେ ଥାନା ଅଧିକାରୀ । ଏପରିକି ଉପଜିଲ୍ଲାପାଳ ଥାନା ଅଧିକାରୀଙ୍କୁ କହିବା ପରେ ମଧ୍ୟ ସଂପୃକ୍ତ ଥାନା ଅଧିକାରୀ ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଇନଥିବା ଅଭିଯୋଗ ହୋଇଛି । ତେଣୁ ଶେଷରେ ବାଧ୍ୟ ହୋଇ ନିଜେ ଉପଜିଲ୍ଲାପାଳ ଯାଇଥିଲେ ମଧ୍ୟ ଜବତ ଗାଡ଼ି ଗୁଡ଼ିକୁ ବାଲି ମାଫିଆ ଛଡ଼ାଇ ନେବା ସହିତ ପ୍ରଶାସନିକ ଅଧିକାରୀଙ୍କ ଉପରକୁ ଢ଼େଲାପଥର ମାଡ଼ କରିଥିଲେ ।
from Prameya News7 https://ift.tt/3dPYuve
No comments: