ମନ୍ଦିରରେ ପୂଜା କରିବାକୁ ନେଇ ବିବାଦ, ଦଳିତ ଯୁବକଙ୍କୁ ଗୁଳି କରି କଲେ ହତ୍ୟା

ଆମରୋହା ୯।୬: ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାରେ ମନ୍ଦିର ପୂଜାକୁ ନେଇ ବିବାଦ ଯୋଗୁଁ ଜଣେ ଦଳିତ ଯୁବକଙ୍କୁ ହତ୍ୟା କରାଯାଇଛି । କିଛି ଲୋକ ଯୁବକଙ୍କୁ ମନ୍ଦିରରେ ପୂଜା କରିବାକୁ ବନ୍ଦ କରିଥିଲେ । ଏହାକୁ କେନ୍ଦ୍ରକରି ବିବାଦ ବଢିଯାଇଥିଲା । ଫଳରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ଆମରୋହା ଜିଲ୍ଲାର ହାସନପୁର କୋତୱାଲୀ ଅଞ୍ଚଳର ଡୋମଖେଡା ଗ୍ରାମରେ ଘଟିଛି।

ସୂଚନାଯୋଗ୍ୟ ଯେ, ଗତ ୪ଦିନ ପୂର୍ବରୁ ଜଣେ ଦଳିତ ଯୁବକ ମନ୍ଦିରରେ ପୂଜା କରିବାକୁ ଯାଇଥିଲେ । ସେଠାରେ ଥିବା କିଛି ଲୋକ ତାଙ୍କୁ ପୂଜା କରିବାକୁ ବାରଣ କରିଥିଲେ । ସେବେଠାରୁ ଉଭୟ ପକ୍ଷ ମଧ୍ୟରେ ବିବାଦ ବଢିଯାଇଥିଲା । କିଛି ଲୋକ ଏହି ପ୍ରସଙ୍ଗରେ କୋତୱାଲିରେ ଏତଲା ମଧ୍ୟ ଦେଇଥିଲେ, କିନ୍ତୁ ପୋଲିସ ଏହାକୁ ଗୁରୁତ୍ବ ଦେଇନଥିଲା । ଏତଲାରେ ଅନେକ ଲୋକଙ୍କୁ ପୂଜା ବନ୍ଦ କରାଯିବା କଥା କୁହାଯାଇଥିଲା ।

ଏହାପରେ ଶନିବାର ବିଳମ୍ବିତ ରାତିରେ ଯୁବକ ଜଣଙ୍କ ହତ୍ୟା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା । ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏସପି ଡ. ବିପିନ ତାଡାଙ୍କ ସୂଚନା ଅନୁଯାୟୀ ଏହି ମାମଲାର ତଦନ୍ତ ଚାଲିଛି । ପରିବାରର ଏତଲା ଆଧାରରେ ଗୋଟିଏ ପରିବାରର ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।



from Prameya News7 https://ift.tt/2UlirSM
ମନ୍ଦିରରେ ପୂଜା କରିବାକୁ ନେଇ ବିବାଦ, ଦଳିତ ଯୁବକଙ୍କୁ ଗୁଳି କରି କଲେ ହତ୍ୟା ମନ୍ଦିରରେ ପୂଜା କରିବାକୁ ନେଇ ବିବାଦ, ଦଳିତ ଯୁବକଙ୍କୁ ଗୁଳି କରି କଲେ ହତ୍ୟା Reviewed by SUBHENDU BARAL on June 08, 2020 Rating: 5

No comments:

Powered by Blogger.