ଫିକା ପଡିଲା ରକ୍ତ ସମ୍ପର୍କ : ଜମି ବିବାଦରୁ ଦାଦା ଓ ଖୁଡିକୁ ମାରିଦେଲା ପୁତୁରା

କଣ୍ଟାବାଞ୍ଜି ୬।୬: ଦୀର୍ଘ ଦିନରୁ ପାରିବାରିକ ଜମିବାଡ଼ି କଳହ ହତ୍ୟାକାଣ୍ଡର ରୂପ ନେଇଛି । ନିଜ ଦାଦା ଓ ଖୁଡିକୁ ନିର୍ମମ ଭାବେ ହତ୍ୟା କରି କୂଅରେ ଫିଙ୍ଗି ଦେଲା ପୁତୁରା । ଏଭଳି ଘଟଣା ଘଟିଛି ବଙ୍ଗୋମୁଣ୍ଡା ଥାନା କୁଟୁରାବେଡ଼ା ଗାଁରେ ।

ସୂଚନାଯୋଗ୍ୟ ଯେ, ଗାଁରେ ରହୁଥିବା ତ୍ରିଲୋଚନ ନାଗଙ୍କ ପରିବାରର ତାଙ୍କ ପୁତୁରା କୁଶ ନାଗଙ୍କ ସହ ଦୀର୍ଘ ବର୍ଷରୁ ଜମିକୁ ନେଇ ବିବାଦ ରହିଥିଲା । ଜମି ବିବାଦ ଦିନକୁ ଦିନ ଦୁଇ ପରିବାର ମଧ୍ୟରେ ବଢି ବଢି ଚାଲିଥିଲା । ଶୁକ୍ରବାର ରାତିରେ ତ୍ରିଲୋଚନ ଗାଁରେ ତାସ ଖେଳୁଥିବା ସମୟରେ ଅଚାନକ ପୁତୁରା କୁଶ ଆସି ଝଗଡା ଆରମ୍ଭ କରିଥିଲା । ପୂର୍ବରୁ ହତ୍ୟା ଯୋଜନା କରିଥିବା ପୁତୁରା କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଏହି ଖବର ପାଇ ତ୍ରିଲୋଚନଙ୍କ ସ୍ତ୍ରୀ ବିରୋଧ କରିବାକୁ କୁଶ ପ୍ରଥମେ ନିଜ ଦାଦାକୁ ହତ୍ୟା କରିବା ପରେ ଖୁଡିକୁ ହତ୍ୟା କରି ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ନେଇ ଗାଁରେ ଥିବା ଏକ କୁଅରେ ଫିଙ୍ଗି ଦେଲା ।

ପୋଲିସ ଘଟଣାର ଖବର ପାଇ ହତ୍ୟାକାରୀ କୁଶକୁ ଅଟକ ରଖିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି । ତେବେ ମୃତକଙ୍କ ଝିଅ ଏହି ହତ୍ୟା ପଛରେ କୁଶର ପରିବାର ଥିବାବେଳେ ପୂର୍ବରୁ ମଧ୍ୟ ହତ୍ୟା କରିବାକୁ ଆକ୍ରମଣ କରିଥିଲା ବୋଲି କହିଛନ୍ତି । ଏ ଘଟଣାକୁ ନେଇ ବଙ୍ଗୋମୁଣ୍ଡା ଥାନା ମାମଲା ଥିବାବେଳେ କୁଶ ଜେଲ୍ ଯାଇ ଜାମିନରେ ଆସିଥିଲେ ।



from Prameya News7 https://ift.tt/3eW6gUp
ଫିକା ପଡିଲା ରକ୍ତ ସମ୍ପର୍କ : ଜମି ବିବାଦରୁ ଦାଦା ଓ ଖୁଡିକୁ ମାରିଦେଲା ପୁତୁରା ଫିକା ପଡିଲା ରକ୍ତ ସମ୍ପର୍କ : ଜମି ବିବାଦରୁ ଦାଦା ଓ ଖୁଡିକୁ ମାରିଦେଲା ପୁତୁରା Reviewed by SUBHENDU BARAL on June 05, 2020 Rating: 5

No comments:

Powered by Blogger.