ସରପଞ୍ଚ ବ୍ୟବହାର କଲେ ଜିଲ୍ଲାପାଳଙ୍କ କ୍ଷମତା, ପଞ୍ଚାୟତକୁ କଲେ ୭୨ ଘଣ୍ଟିଆ ସଟ୍‌ଡାଉନ୍

ପାଟଣା ୧୦।୦୬:  ପଞ୍ଚାୟତକୁ ୭୨ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା । କେନ୍ଦୁଝର ଜିଲ୍ଲା ସିଲିପଦା ପଞ୍ଚାୟତ ଅଞ୍ଚଳ କୁ ୭୨ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ସାହାରପଡା ବ୍ଲକ୍ ସିଲିପଦା ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ସିଲିପଦା ପଞ୍ଚାୟତ ଅଞ୍ଚଳକୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୭୨ ଘଣ୍ଟା ପାଇଁ ସଟଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ସିଲିପଦା ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ଙ୍କ ଠାରେ କରୋନା ସଂକ୍ରମଣ ଦେଖା ଦେବା ପରେ ହେବା ସଟ୍‌ଡାଉନ୍‌ ଘୋଷଣା କରାଯାଇଛି ।

ସରପଞ୍ଚ ରମେଶ ଚନ୍ଦ୍ର ମୁଣ୍ଡା ୪ ଟି ଗାଁକୁ ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି। ଏହି ପଞ୍ଚାୟତ ଅନ୍ତର୍ଗତ ବେଗନା ,ସିଲିପଦା, ବଲାଣିପଶି ସରସ୍ୱତୀପଡା ସମେତ ୪ ଟି ଗାଁକୁ ୭୨ ଘଣ୍ଟିଆ ସଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ। ଏହି ସମୟରେ କୌଣସି ଦୋକାନ ବଜାର ଖୋଲିବ ନାହିଁ ଓ ସଟଡାଉନ୍ ନିୟମକୁ କଡାକଡି ଭାବେ ଲୋକମାନେ ମାନିବାକୁ ସରପଞ୍ଚ କଡା ନିର୍ଦେଶ ଦେଇଛନ୍ତି । ଏହାସହିତ ଯଦି କେହି ଆଇନକୁ ଅମାନ୍ୟ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସରପଞ୍ଚ ।



from Prameya News7 https://ift.tt/3cSUBUJ
ସରପଞ୍ଚ ବ୍ୟବହାର କଲେ ଜିଲ୍ଲାପାଳଙ୍କ କ୍ଷମତା, ପଞ୍ଚାୟତକୁ କଲେ ୭୨ ଘଣ୍ଟିଆ ସଟ୍‌ଡାଉନ୍ ସରପଞ୍ଚ ବ୍ୟବହାର କଲେ ଜିଲ୍ଲାପାଳଙ୍କ କ୍ଷମତା, ପଞ୍ଚାୟତକୁ କଲେ ୭୨ ଘଣ୍ଟିଆ ସଟ୍‌ଡାଉନ୍ Reviewed by SUBHENDU BARAL on June 09, 2020 Rating: 5

No comments:

Powered by Blogger.