ନରହନ୍ତା ହାତୀ ଉପଦ୍ରବରେ ଗ୍ରାମବାସୀ ଭୟଭୀତ, ଜଙ୍ଗଲରୁ ନଘଉଡାଇଲେ ଧାରଣାର ଧମକ ଦେଲେ ଅଞ୍ଚଳବାସୀ

ଆଠମଲ୍ଲିକ ୦୯।୦୬: ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ହଣ୍ଡପା ରେଞ୍ଜର ପ୍ରତାପୁର , ବିଲେଇନାଳି ଆଦି ଗାଁରେ ହାତୀ ଉପଦ୍ରବ । ଗତ କାଲି ସଂଧ୍ୟାରୁ ଦୁଇଟି ଦନ୍ତା ହାତୀ ଗାଁ ଭିତରକୁ ପଶି ଆସିଛନ୍ତି । ବନ ବିଭାଗ ଗ୍ରାମ ବାସୀ ଯେତେ ଘଉଡାଇଲେ ବି ସେମାନେ ଗାଁ ନିକଟ ଛାଡି ଯାଉନାହାନ୍ତି । ନିଆଁ ହୁଳା ଦେଖାଇ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି ।

ହାତୀକୁ ଯେତେ ଘଉଡାଇଲେ ମଧ୍ୟ ସେ ପାଲଟା ଆକ୍ରମଣ କରୁଛି । ପୂର୍ବରୁ ନରହନ୍ତା ହାତୀ ହାବୁଡ଼ରେ ପଡ଼ି ଗାଁର ୪ଜଣ ଲୋକଙ୍କ ଜୀବନ ଗଲାଣି ।  ଫୁଣି ଏହି ନରହନ୍ତା ହାତୀ ଗାଁକୁ ଫେରିବାର ଖବର ଶୁଣି ଆଖ ପାଖ ଗାଁ ଗୁଡିକରେ କେକୁଆ ଭୟ ସୃଷ୍ଟି ହେଇଯାଇଛି । ସନ୍ଧ୍ୟା ହେଲେ ତାଟି କବାଟ ପଡ଼ି ଯାଉଛି । ଅଜଣା ଲୋକ ରାତିରେ ଗାଁକୁ ଆସିଲେ ହାତୀ ହାବୁଡ଼ରେ ପଡିଯିବାର ଆଶଙ୍କା ମଧ୍ୟ ରହିଛି ।

ଅପର ପକ୍ଷରେ ହଣ୍ଡପା ରେଞ୍ଜର କହିଛନ୍ତି ଆମେ ହାତୀ ଦୁଇଟିକୁ ଠାକୁଗଡ଼ ଆଡ଼କୁ ତଡିବାକୁ ଚେଷ୍ଟା କରିଥିଲୁ , କିନ୍ତୁ ରାତି ହୋଇଯିବାରୁ ହାତୀ ଗାଁ ପାହାଡ଼ ଛାଡି ଯାଉନାହାନ୍ତି । ସକାଳୁ ଖବର ଆସିଲା ଯେ ହାତୀ ଦୁଇଟି ଗାଁ ପାଖର ଅନେକ ଫସଲ ନଷ୍ଟ କରିଦେଇଛନ୍ତି । ତେଣୁକାରୀ ଗ୍ରାମବସୀ ତରଫରୁ ଦାବି କରିଛନ୍ତି ଯେ, ଗାଁ ନିକଟରୁ ନରହନ୍ତା ହାତୀକୁ ଜଙ୍ଗଲ ଭିତରକୁ ପଠାନଗଲେ ସେମାନେ ରେଞ୍ଜ ଅଫିସ ଆଗରେ ଧାରଣାରେ ବସିବେ । ଏବେବି ହାତୀ ଦୁଇଟି ବିଲେଇନାଳି ଗ୍ରାମରେ ରହିଛନ୍ତି ।



from Prameya News7 https://ift.tt/30n6H6c
ନରହନ୍ତା ହାତୀ ଉପଦ୍ରବରେ ଗ୍ରାମବାସୀ ଭୟଭୀତ, ଜଙ୍ଗଲରୁ ନଘଉଡାଇଲେ ଧାରଣାର ଧମକ ଦେଲେ ଅଞ୍ଚଳବାସୀ ନରହନ୍ତା ହାତୀ ଉପଦ୍ରବରେ ଗ୍ରାମବାସୀ ଭୟଭୀତ, ଜଙ୍ଗଲରୁ ନଘଉଡାଇଲେ ଧାରଣାର ଧମକ ଦେଲେ ଅଞ୍ଚଳବାସୀ Reviewed by SUBHENDU BARAL on June 08, 2020 Rating: 5

No comments:

Powered by Blogger.