ମହିଳାଙ୍କୁ ସଶକ୍ତ କରିଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା OTV KHABAR BUREAU

ନୂଆଦିଲ୍ଲୀ/ଭୁବନେଶ୍ୱର: ମହିଳାଙ୍କୁ ସଶକ୍ତ କରିଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା। ଏହି ଯୋଜନା ଫଳରେ ଗ୍ରାମାଞ୍ଚଳରେ ଆଜି ଉନ୍ନତି ହୋଇପାରିଛି। ମହିଳାମାନେ ଧୂଆଁରୁ ମୁକ୍ତି ପାଇଛନ୍ତି। ଉଜ୍ଜ୍ୱଳା ଯୋଜନାର ସଫଳତା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି।

୪ ବର୍ଷ ତଳେ ମେ’ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ଠାରେ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୮ କୋଟି ଗରିବ ପରିବାରକୁ ମାଗଣାରେ ଏଲ୍‌ପିଜି ଗ୍ୟାସ୍ ସଂଯୋଗ ଯୋଗାଇ ଦିଆଯାଇଛି।

କୋଭିଡ୍ ୧୯ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୭ କୋଟି ୪୭ ଲକ୍ଷ ଲୋକଙ୍କୁ ସିଧାସଳଖ ଡିବିଟି ଜରିଆରେ ଟଙ୍କା ପଠାଯାଇଛି।

ଓଡ଼ିଶାରେ ଏଲ୍‌ପିଜି ବ୍ୟବହାର ୨୦୧୯ ସୁଦ୍ଧା ୮୧.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଓଡ଼ିଶାରେ ୪୭ ଲକ୍ଷ ୫୦ ହଜାର ହିତାଧିକାରୀ ଏହଦ୍ୱାରା ଉପକୃତ ହୋଇଛନ୍ତି। ଓଡ଼ିଶାରେ ଗତ ୫ ବର୍ଷ ମଧ୍ୟରେ ଏଲ୍‌ପିଜି ବିତରକଙ୍କ ସଂଖ୍ୟା ଅଢ଼େଇ ଗୁଣ ବୃଦ୍ଧି ପାଇଛି। ୨୦୨୦ ମଧ୍ୟରେ ଏପ୍ରିଲ ୨୯ ସୁଦ୍ଧା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କୁ ୨୪ ଲକ୍ଷ ୫୦ ହଜାର ସିଲିଣ୍ଡର ବିତରଣ କରାଯାଇଛି।



from OTV Khabar. https://ift.tt/2KS84kd
ମହିଳାଙ୍କୁ ସଶକ୍ତ କରିଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା OTV KHABAR BUREAU ମହିଳାଙ୍କୁ ସଶକ୍ତ କରିଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା OTV KHABAR BUREAU Reviewed by SUBHENDU BARAL on May 01, 2020 Rating: 5

No comments:

Powered by Blogger.