ଭୁବନେଶ୍ୱର: ରାଜ୍ୟର ୩ ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁରରେ ୬୦ ଘଣ୍ଟିଆ ସଟ୍ଡାଉନ୍ର ଆଜି ସରୁଛି ଅବଧି। ଆଜି ସକାଳ ୧୦ଟା ବେଳେ ଏହି ତିନି ଜିଲ୍ଲାରେ ସମ୍ପୂର୍ଣ୍ଣ ସଟ୍ଡାଉନ୍ ଉଠିବ। ତେବେ ସଟ୍ଡାଉନ୍ ଉଠିବା ପରେ ବି ଲାଗୁ ରହିବ ଲକ୍ଡାଉନ୍ ନିୟମ। ଏହାସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ପରେ କିଛି ଦୋକାନ ଖୋଲା ରହିବ।
ଯାଜପୁର ଜିଲ୍ଲାରେ ସକାଳ ୬ଟାରୁ ରାତି ୧୦ଟା ଯାଏ ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ୭ଟା ଯାଏ ଜିଲ୍ଲାରେ ମାର୍କେଟ କମ୍ପେକ୍ସରେ ଥିବା ଦୋକାନ ଖୋଲା ରହିବ। ସେହିଭଳି ଖାଦ୍ୟ ସାମଗ୍ରୀ, ତେଜରାତୀ ସମେତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ହୋଟେଲ ଓ ରେସ୍ତୋରାଁ ପାର୍ସଲ ମାଧ୍ୟମରେ ଲୋକଙ୍କୁ ସେବା ଯୋଗାଇ ପାରିବେ। ତେବେ ସିଙ୍ଗଲ୍ ଓ ମଲ୍ଟି ବ୍ରାଣ୍ଡ ମଲ୍ ପୂର୍ବ ଭଳି ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଭଦ୍ରକ ଜିଲ୍ଲାରେ ବି ସଟ୍ଡାଉନ୍ ଉଠିବା ପରେ ଲକ୍ଡାଉନ୍ କଡ଼ାକଡ଼ି ପାଳନ ହେବ। ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ବହି, ଗ୍ୟାସ୍ ଏଜେନ୍ସି, ସାଇକେଲ୍ ବାଇକ୍ ରିପେରିଂ ଦୋକାନ, ଇଲେକ୍ଟ୍ରି ଦୋକାନ ପ୍ରଭୃତି ଖୋଲା ରହିବ।
ସେହିଭଳି ସକାଳ ୬ରୁ ସଂଧ୍ୟା ୬ ଯାଏ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ସବୁ ଦୋକାନରେ ମାସ୍କ ବାନ୍ଧତ୍ୟାମୂଳକ ହୋଇଥିବା ବେଳେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ ନେଇ ନିର୍ଦ୍ଦେଶ ରହିଛି।
from OTV Khabar. https://ift.tt/2VE4BMA
No comments: