ବାରାଣାସୀ ୨୬।୪: ଦେଶରେ କମୁନି କରୋନା ଆତଙ୍କ । ଦିନକୁ ଦିନ ବଢି ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଉତ୍ତରପ୍ରଦେଶରେ ମଧ୍ୟ କରୋନା କାୟା ବିସ୍ତାର କରିଚାଲିଛି । ଶନିବାର ବାରାଣାସୀରେ ମୋଟ୍ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୭ ଜଣ ପୋଲିସ କର୍ମଚାରୀ । ଗୋଟିଏ ଚେକ୍ ପୋଷ୍ଟରେ ୭ ଜଣ ପୋଲିସ କର୍ମଚାରୀ ନିୟୋଜିତ ରହିଥିଲେ ।
କିଛି ଦିନ ପୂର୍ବରୁ ୧୪ ଜଣ ପୋଲିସ କର୍ମଚାରୀଙ୍କଠାରେ କରୋନା ଲକ୍ଷଣ ଦେଖାଦେଇଥିବା ବେଳେ ସେମାନଙ୍କୁ ଏକ ଗେଷ୍ଟ ହାଉସରେ ରଖାଯାଇଥିଲା । ଏହି ୧୪ ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ୭ଜଣ କୋରନା ପଜିଟିଭ ଥିବା ଜଣାପଡିଛି । ଏହାବ୍ୟତୀତ, ପିଟାର୍କୁଣ୍ଡା ବଫର୍ ଜୋନ୍ ଚିହ୍ନିତ ହଟସ୍ପଟ୍ ନିକଟରୁ ଆଉ ଜଣେ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହି ବ୍ୟକ୍ତିଙ୍କର ବୟସ 39 ବର୍ଷ | ନିଜେ ସିଗ୍ରା ଅଞ୍ଚଳରେ ଏହାର ଏକ ରେସନ ଦୋକାନ ଅଛି |
ୟୁପିରେ ୭ ଜଣ ପୋଲିସ ଏକାସହ ପଜିଟିଭ୍ ଚିହ୍ନଟ ହେବାରେ ଏହା ହେଉଛି ପ୍ରଥମ ଘଟଣା । ଏହି ୭ ଜଣ ପୋଲିସ ବାରାଣାସୀର ସିଗ୍ରା ପୋଲିସ ଷ୍ଟେସନ ପରିସରର ମ୍ୟୁନିସିପାଲିଟି ଆଉଟ ପୋଷ୍ଟରେ ରହିଥିଲେ । ସେମାନଙ୍କ ସହ ଅନ୍ୟ ୭ ଜଣ ପୋଲିସ କର୍ମଚାରୀ କ୍ବାରେଣ୍ଟାଇନ୍ ହୋଇଥିବାବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ ବୋଲି ଜଣାପଡିଛି । ସେମାନଙ୍କୁ ଆଉ ୧୪ ଦିନ ପାଇଁ କ୍ବାରେଣ୍ଟାଇନ୍ ରେ ରଖାଯିବ । କରୋନା ପଜିଟିଭ୍ ହୋଇଥିବା ସମସ୍ତଙ୍କୁ ପଣ୍ଡିତ ଦୀନଦୟାଲ ହସ୍ପିଟାଲର ଆଇସୋଲେସନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ବାରାଣାସୀରେ ପଜିଟିଭ୍ ଥିବା ଲୋକଙ୍କ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୨୫ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ୮ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ବାରାଣାସୀରେ କୌଣସି ନୂତନ ହଟସ୍ପଟ୍ ସୃଷ୍ଟି ହୋଇନାହିଁ ।
from Prameya News7 https://ift.tt/2ztGg3b
No comments: