ଘୂର୍ଣ୍ଣିବଳୟ ପ୍ରଭାବରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା OTV KHABAR BUREAU

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ରାଜ୍ୟରେ ଜାରି ରହିଛି ବର୍ଷା। ଦିନରେ ଗ୍ରୀଷ୍କର ପ୍ରଭାବ ଦେଖାଯାଉଥିବା ବେଳେ ସଂଧ୍ୟାରେ ଅଚାନକ ବଦଳୁଛି ପାଗ। ଏପରି ପାଗ ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା ନେଇ ସମ୍ଭାବନା ରହିଛି।

ତେବେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଓ କୋରାପୁଟରେ ବର୍ଷା ସାଙ୍ଗକୁ ବଜ୍ରପାତ ଆଶଙ୍କା ରହିଛି।

ତେବେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସେପଟେ ଗତକାଲି ତାଣ୍ଡବ ରଚିଛି କାଳବୈଶାଖୀ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଫୁଲବାରି ସ୍କୁଲଘର ଭାଙ୍ଗିବା ସହ ଆଜବେଷ୍ଟସ ଉଡ଼ିଯାଇଛି।

ଜଗତସିଂପୁର ଜିଲ୍ଲାରେ ମଧ୍ୟ ଚାଷ ଜମିରେ ବର୍ଷା ପାଣି ମାଡ଼ି ଫସଲ ନଷ୍ଟ କରିଦେଇଛି। ବିଶେଷ କରି ଏରସମାର ଢିଙ୍କିଆ, କୁଜଙ୍ଗର ଭୁତମୁଣ୍ଡେଇ, କୁଜଙ୍ଗର କାଠକୋଟ ପଞ୍ଚାୟତରେ ଚାଷୀଙ୍କ ଫସଲ ଉଜୁଡ଼ିଯାଇଛି।



from OTV Khabar. https://ift.tt/2VH6YhH
ଘୂର୍ଣ୍ଣିବଳୟ ପ୍ରଭାବରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା OTV KHABAR BUREAU ଘୂର୍ଣ୍ଣିବଳୟ ପ୍ରଭାବରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା OTV KHABAR BUREAU Reviewed by SUBHENDU BARAL on April 25, 2020 Rating: 5

No comments:

Powered by Blogger.