ଦେଶରେ କରୋନା ନେଲା ୮୨୪ ଲୋକଙ୍କ ଜୀବନ । ୨୬ ହଜାର ୪୯୬ରେ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ସର୍ବାଧିକ ୩୨୩ ଜଣ ଲୋକଙ୍କ ମୃତ୍ୟୁ Kanak News
କନକ ବ୍ୟୁରୋ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୨୬ ହଜାର ଟପିଲା । ୮୨୪କୁ ବୃଦ୍ଧି ବୃଦ୍ଧି ପାଇଲା ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଜାରି ହୋଇଥିବା ତଥ୍ୟ ଅନୁସାରେ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ୪୯୬ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୮ ଶହ ୨୪କୁ ବୃଦ୍ଧି ପାଇଛି । ସେହିଭଳି ଆଜି ମଧ୍ୟ ଦେଶରେ ମହାରାଷ୍ଟ୍ର ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଶୀର୍ଷରେ ରହିଛି । ମହାରାଷ୍ଟ୍ରରେ ଆକ୍ରାନ୍ତ ସଂଖ୍ୟା ୭ ହଜାର ୬୨୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୨୩ରେ ପହଂଚିଛି । ତେବେ ମହାରାଷ୍ଟ୍ର ପରେ ଦେଶରେ ଆକ୍ରାନ୍ତ ସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ଗୁଜରାଟ ଓ ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଗୁଜରାଟରେ ୩୦୭୧ ଓ ଦିଲ୍ଲୀରେ କରୋନା ଆକ୍ରାନ୍ତ ସଂଖ୍ୟା ୨୬ ଶହ ୨୫ରହିଛି ।
from Kanak News https://ift.tt/3bEW69l https://ift.tt/2Y3DhIW
ଦେଶରେ କରୋନା ନେଲା ୮୨୪ ଲୋକଙ୍କ ଜୀବନ । ୨୬ ହଜାର ୪୯୬ରେ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ସର୍ବାଧିକ ୩୨୩ ଜଣ ଲୋକଙ୍କ ମୃତ୍ୟୁ Kanak News
Reviewed by SUBHENDU BARAL
on
April 25, 2020
Rating:
No comments: