ଭୁବନେଶ୍ବର ୨୬।୦୪: ରାଜ୍ୟରେ ଆଜି ପୁଣି ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି । ତେବେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାପଡିଛି । ସଂପୃକ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।
ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ବୋଲି ଜଣାପଡିଛି । ସେହିପରି ସେମାନଙ୍କ ବୟସ ଯଥାକ୍ରମେ ୨୩ବର୍ଷୀୟ ପୁରୁଷ, ୬୦ବର୍ଷୀୟ ପୁରୁଷ ଓ ୫୭ବର୍ଷୀୟା ମହିଳା ରହିଛନ୍ତି ବୋଲି ରାଜ୍ୟ ସୂଚନା ଓ କଲ୍ୟାଣ ବିଭାଗ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରିଛି । ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ପୂର୍ବରୁ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଦୁଇଜଣ ଆକ୍ରାନ୍ତ ଆସିଥିବା ଜଣାପଥିବା ବେଳେ ଅନ୍ୟ ଜଣ ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା
from Prameya News7 https://ift.tt/2zw6HW4
No comments: