ଦେଶରେ ୩୩ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ମହାରାଷ୍ଟ୍ରରେ ୧୦ହଜାରରୁ ଅଧିକ ରୋଗୀ

ନୂଆଦିଲ୍ଲୀ ୧।୫: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୩୩ ହଜାର ଅତିକ୍ରମ କରିଛି । ଦେଶରେ ମୋଟ୍ ରୋଗୀଙ୍କ ସଂଖ୍ୟା ୩୩ ହଜାର ୬୧୦କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୮ ହଜାର ୩୭୩ ଜଣ ସୁସ୍ଥ ହୋଇଛନ୍ତି । ଏହାସହ କରୋନା ଭାଇରସ୍ ଯୋଗୁଁ ସଂକ୍ରମିତ ହୋଇ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ମହାରାଷ୍ଟ୍ର ଏବଂ ଗୁଜୁରାଟରେ ମଧ୍ୟ ଅସୁସ୍ଥ ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପ୍ରାୟ ୭୬ ଜଣ ସଂକ୍ରମିତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି।

ବର୍ତ୍ତମାନ ଲକ୍ ଡାଉନ୍-୨ ଶେଷ ହେବାକୁ ମାତ୍ର ୨ ଦିନ ବାକି ଅଛି । କିନ୍ତୁ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ହେଉନାହିଁ କିମ୍ବା ମୃତ୍ୟୁ ସଂଖ୍ୟା ମଧ୍ୟ କମିନାହିଁ । ମହାରାଷ୍ଟ୍ରରେ, ଯେଉଁଠାରେ ରୋଗୀଙ୍କ ସଂଖ୍ୟା ୧୦ହଜାର ଅତିକ୍ରମ କରିଛି, ମୁମ୍ବାଇରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାରରୁ ଅଧିକ । ମହାରାଷ୍ଟ୍ର ପରେ ଗୁଜୁରାଟ, ଦିଲ୍ଲୀ, ରାଜସ୍ଥାନ କରୋନା ଅଧିକ ପ୍ରଭାବିତ ହୋଇଛି।

ଏସିଆର ସବୁଠୁ ବଡ ପନିପରିବା ବଜାର ଆଜାଦପୁର ଧୀରେ ଧୀରେ କରୋନା ବଜାରରେ ପରିଣତ ହେଉଛି । ପ୍ରାୟ ଏକ ସପ୍ତାହ ପୂର୍ବରୁ ଦିଲ୍ଲୀର ଆଜାଦପୁର ମଣ୍ଡିରୁ ଜଣେ ବ୍ୟବସାୟୀ କରୋନା ସଂକ୍ରମିତ ହୋଇଥିବା ଖବର ଆସିଥିଲା । ଯାହା ପରେ ମଣ୍ଡିରେ କରୋନା ପୀଡିତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିଲା । ବର୍ତ୍ତମାନ ଆଜାଦପୁର ମଣ୍ଡିରୁ ଆଉ ୪ଜଣ କରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି । ଫଳରେ ମଣ୍ଡିରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି ।

ବର୍ତ୍ତମାନ ପଞ୍ଜାବରେ କରୋନା ଅମରିନ୍ଦର ସରକାରଙ୍କ ଟେନସନକୁ ବୃଦ୍ଧି କରିଛି । ମହାରାଷ୍ଟ୍ରର ନନ୍ଦେଡର ଶ୍ରୀ ହାଜୁର ସାହେବ ଗୁରୁଦ୍ବାରରୁ ପଞ୍ଜାବକୁ ଆଣାଯାଇଥିବା ଭକ୍ତମାନେ ବର୍ତ୍ତମାନ ସରକାରଙ୍କ ପାଇଁ ଏକ ସମସ୍ୟା ପାଲଟିଛନ୍ତି । ପ୍ରାୟ ୩ ହଜାର ଭକ୍ତଙ୍କୁ ନନ୍ଦେଡରୁ ପଞ୍ଜାବକୁ ଅଣାଯାଇଛି । ସେଥିମଧ୍ୟରୁ ଏପର୍ଯ୍ୟନ୍ତ ୧୪୮ ଜଣ କରୋନା ପଜିଟିଭ୍ ମିଳିଛନ୍ତି । ପଞ୍ଜାବରେ ଏହା ପ୍ରଥମ ଥର ପାଇଁ ଗୋଟିଏ ଦିନ ମଧ୍ୟରେ ୧୦୦ରୁ ଅଧିକ ପଜିଟିଭ ମାମଲା ରିପୋର୍ଟ ହୋଇଛି ।



from Prameya News7 https://ift.tt/2KSu5ze
ଦେଶରେ ୩୩ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ମହାରାଷ୍ଟ୍ରରେ ୧୦ହଜାରରୁ ଅଧିକ ରୋଗୀ ଦେଶରେ ୩୩ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ମହାରାଷ୍ଟ୍ରରେ ୧୦ହଜାରରୁ ଅଧିକ ରୋଗୀ Reviewed by SUBHENDU BARAL on April 30, 2020 Rating: 5

No comments:

Powered by Blogger.