ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରବେଢ଼ା ଫଟୋ: ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ବଡଦେଉଳରେ ପତିତପାବନ ବାନା ବାନ୍ଧିବାର ଦୃଶ୍ୟ Kanak News

କନକ ବ୍ୟୁରୋ: ପୁଣି ଥରେ ଶ୍ରୀମନ୍ଦିର ଭିତରବେଢ଼ା ଫଟୋ ଭାଇରାଲ ହୋଇଛି। ଏଥର ଶ୍ରୀମନ୍ଦିର ଭିତରେ ବସି ପତିତପାବନ ବାନା ବନ୍ଧାର ଦୃଶ୍ୟ ମୋବାଇଲରେ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ୍ କରାଯାଇଛି। ଉତ୍ତରପ୍ରଦେଶ ବାରବାଙ୍କି ଜିଲ୍ଲାର ନିଧି ଶୁକ୍ଳା ନାମକ ଜଣେ ବ୍ୟକ୍ତି ଏହାକୁ ନିଜର ଫେସବୁକ୍ ଆକାଉଣ୍ଟ୍ରେ ଭାଇରାଲ୍ କରିଛନ୍ତି। ଯେଉଁଥିରେ ବାନା ବନ୍ଧାର ଉଭୟ ଭିଡିଓ ଓ ଫଟୋ ରହିଛି। ଏହି ଘଟଣା ପୁଣିଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି।

ଶ୍ରୀମନ୍ଦିରରେ ମୋବାଇଲ୍ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବାବେଳେ ପ୍ରବେଶ ଦ୍ବାରରେ ମାଳମାଳ ପୁଲିସ ଏହାର ଯାଞ୍ଚ ପାଇଁ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଭକ୍ତଙ୍କୁ ଯାଞ୍ଚ କରି ଭିତରକୁ ଛାଡ଼ିବା ପାଇଁ ଉଭୟ ପୁରୁଷ ଓ ମହିଳା ପୁଲିସ ମୁତୟନ କରାଯାଇଥିବା ବେଳେ ମେଟାଲ୍ ଡିଟେକ୍ଟର୍ ବି ଲଗାଯାଇଛି। ତଥାପି ସୁରକ୍ଷା ବ୍ୟବସ୍ଥାରେ ଗଳାବାଟ ଯୋଗୁଁ ଅବାଧରେ ଭକ୍ତମାନେ ମୋବାଇଲ୍ ନେବାକୁ ସାହସ ଜୁଟାଉଛନ୍ତି। ଯାଞ୍ଚ ବ୍ୟବସ୍ଥା ଠିକ୍ ନଥିବାରୁ ଏଭଳି ହେଉଥିବା ଅଭିଯୋଗ ହେଉଛି। ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେଲେ ୧ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସ୍ପଷ୍ଟ ଭାବେ ମନ୍ଦିର ବାହାରେ ଓ ଭିତରେ ଉଲ୍ଲେଖ ରହିଛି। ତଥାପି ପରିସ୍ଥିତିରେ ପରିବର୍ତ୍ତନ ଆସିନାହିଁ। ନିଧି ଶୁକ୍ଳା ଭାଇରାଲ୍ କରିଥିବା ଭିଡିଓରେ ଭିତର ବେଢ଼ାରେ ଯା’ଆସ କରୁଥିବା ଭକ୍ତ ଓ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି। ଗହଳିଚହଳି ଭିତରେ ପତିତପାବନ ବାନା ବାନ୍ଧିବାକୁ ବାନା ନେଇ ଯାଉଥିବା ଚୁନରା ସେବକଙ୍କ ଦୃଶ୍ୟ ଏଥିରେ ଦେଖିବାକୁ ମିଳିଛି।

source : Jagannath Temple

ସାତପାହାଚ ସମ୍ମୁଖରୁ ଏହି ଭିଡିଓ ରେକର୍ଡିଂ କରାଯାଇଥିବାବେଳେ ଏ ଦିଗରେ କାହାରି ନଜର ନପଡ଼ିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀଜଗନ୍ନାଥପ୍ରେମୀମାନେ ମତ ଦେଇଛନ୍ତି। ନିକଟରେ ଏକାଧିକ ଥର ଏଭଳି ଘଟଣା ଘଟିଛି। ଜଣେ ଅଭିନେତ୍ରୀ ଆନନ୍ଦବଜାରରେ ମହାପ୍ରସାଦ ଖାଇବାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ କରି ଚର୍ଚ୍ଚାର ପରିଧିକୁ ଆସିଥିଲେ। ଶ୍ରୀମନ୍ଦିର ପ୍ରଶାସନର ଏତଲା ପରେ ସିଂହଦ୍ବାର ପୁଲିସ କିଛି ବ୍ୟକ୍ତିଙ୍କୁ ଏହି ଘଟଣାରେ ଗିରଫ କରିଥିଲା। ଏହାପରେ ଜଣେ ନାବାଳିକା ବି ନିଜ ଟିକ୍ଟକ୍ ଆକାଉଣ୍ଟରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ କରିଥିଲେ। ଏହି ଘଟଣାରେ ବି ଶ୍ରୀମନ୍ଦିର ପ୍ରଶାସନ ଏତଲା ଦେବା ପରେ ପୁଲିସ ନାବାଳିକାଙ୍କୁ ଅଟକ ରଖି ଛାଡ଼ି ଦେଇଥିଲା। ପୂର୍ବରୁ ଜଣେ ଏଏସଆଇ ବାଇଶିପାହାଚ ଦୃଶ୍ୟ ନିଜ ଫେସବୁକ୍ ଆକାଉଣ୍ଟରେ ଭାଇରାଲ୍ କରି ନିଲମ୍ବିତ ହୋଇଥିଲେ। ଏତେସବୁ ଘଟଣା ପରେ ବି ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବା ମନ୍ଦିରକୁ ଅସୁରକ୍ଷିତ ଭିତରକୁ ଠେଲି ଦେଇଛି।



from Kanak News https://ift.tt/36NYMzb https://ift.tt/357Ji7t
ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରବେଢ଼ା ଫଟୋ: ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ବଡଦେଉଳରେ ପତିତପାବନ ବାନା ବାନ୍ଧିବାର ଦୃଶ୍ୟ Kanak News ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରବେଢ଼ା ଫଟୋ: ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ବଡଦେଉଳରେ ପତିତପାବନ ବାନା ବାନ୍ଧିବାର ଦୃଶ୍ୟ Kanak News Reviewed by SUBHENDU BARAL on January 12, 2020 Rating: 5

No comments:

Powered by Blogger.