ପାନ୍ଥଶାଳା ରେଲିଂରେ କରେଂଟ । ସାମ୍ନାକୁ ଆସିଲା ଅବହେଳାର ଚିତ୍ର । ଷ୍ଟିଲ ରେଲିଂର କଂରେଟ ନେଇଗଲା ଛାତ୍ରର ଜୀବନ Kanak News

କନକ ବ୍ୟୁରୋ: ପାନ୍ଥନିବାସର ରେଲିଂ ନେଇଗଲା ଜୀବନ । ବରକୁଳ ଚିଲିକା ପାନ୍ଥ ନିବାସର ରେଲିଂକୁ ଛୁଇଁଦେଲା ବାଳକ, ଏତିକିରେ ଚାଲିଗଲା ଜୀବନ । ଗତକାଲି ରାତିରେ ଏଭଳି ଘଟଣା ପରେ ଚିଲିକା ବରକୁଳ ଅଂଚଳରେ ଶୋକର ମାହୋଲ ସୃଷ୍ଟି କରିଛି । ପାନ୍ଥନିବାସର ଷ୍ଟିଲ ରେଲିଂ କୌଣସି ବିଜୁଳି ଜନିତ ତ୍ରୁଟି କାରଣରୁ ବିଜୁଳି ସହିତ ସଂଯୋଗ ହୋଇଯାଇଥିଲା ।

ଏହା କାହାକୁ ଜଣାନଥିଲା । ବରକୁଳ ପାନ୍ଥ ନିବାସ ନିକଟରେ ଆନନ୍ଦ ବାରିକଙ୍କ ବାପା ଏକ ଚା ଦୋକାନ କରିଛନ୍ତି । ପାଠ ପଢା ସରିବା ପରେ ଆନନ୍ଦ ବାପାଙ୍କ ଦୋକାନକୁ ଯାଇଥିବା ବେଳେ ପାନ୍ଥ ନିବାସର ରେଲିଂରେ ହାତ ଲାଗିଯାଇଥିଲା । ଏହା ପରେ ପରେ ବିଜୁଳି ଆଘାତରେ ଚାଲିଯାଇଥିଲା ଜୀବନ । ମୃତ ବାଳକର ବୟସ ୧୪ ବର୍ଷ ହେବ । ପୁରା ଘଟଣା ପାଇଁ ବରକୁଳ ପାନ୍ଥନିବାସର କର୍ତୃପକ୍ଷଙ୍କୁ ଦାୟୀ କରାଯାଇଛି ।



from Kanak News https://ift.tt/2ss8KXA https://ift.tt/2rLYoBX
ପାନ୍ଥଶାଳା ରେଲିଂରେ କରେଂଟ । ସାମ୍ନାକୁ ଆସିଲା ଅବହେଳାର ଚିତ୍ର । ଷ୍ଟିଲ ରେଲିଂର କଂରେଟ ନେଇଗଲା ଛାତ୍ରର ଜୀବନ Kanak News ପାନ୍ଥଶାଳା ରେଲିଂରେ କରେଂଟ । ସାମ୍ନାକୁ ଆସିଲା ଅବହେଳାର ଚିତ୍ର । ଷ୍ଟିଲ ରେଲିଂର କଂରେଟ ନେଇଗଲା ଛାତ୍ରର ଜୀବନ Kanak News Reviewed by SUBHENDU BARAL on December 14, 2019 Rating: 5

No comments:

Powered by Blogger.