ଓଏସଏସଏସସି ଜୁନିୟର କ୍ଲର୍କ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ

କଳାହାଣ୍ଡି୨୮/୧୨: ଓଏସଏସଏସସି ଜୁନିୟର କ୍ଲର୍କ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ । ଏ ନେଇ ଗତ ୨୨ ତାରିଖ ହୋଇଥିବା ପରୀକ୍ଷାର ପରୀକ୍ଷାର୍ଥୀ ପ୍ରମାଣ ସହ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ  ଅଭିଯୋଗ କରିବା ସହ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ  ଦାବି କରିଛନ୍ତି।

ଗତ ୨୨ ତାରିଖରେ ସମଗ୍ର ଓଡିଶାରେ ଓଏସଏସସି ଜୁନିୟର କ୍ଲର୍କ ପରୀକ୍ଷା ହୋଇଥିଲା । ହେଲେ ପରୀକ୍ଷା ପୁର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ହ୍ବାଟସ୍‌ଆପ୍‌ରେ ଲିକ୍ ହୋଇଥିବା ଅଭିଯୋଗ କରିଛନ୍ତି ଜଣେ ପରୀକ୍ଷାର୍ଥୀ। ଏ ନେଇ ପରୀକ୍ଷାର୍ଥୀ ଜଣକ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି।

ନିର୍ଦ୍ଦିଷ୍ଟ କିଛି ହ୍ବାଟସ୍ଆପ୍‌ରେ ପ୍ରଶ୍ନ ପତ୍ର ପରୀକ୍ଷାର୍ଥୀଙ୍କ ନିକଟରେ ପୁର୍ବରୁ ପହଞ୍ଚିଥିବା ଅଭିଯୋଗ ହୋଇଛି। ପରୀକ୍ଷାର୍ଥୀଙ୍କ ଅଭିଯୋଗ ଅନୁଯାୟୀ ପରୀକ୍ଷା ସେସ୍ନ ଶେଷରେ ପରୀକ୍ଷାର୍ଥୀ ହ୍ବାଟସ୍ଆପ୍‌ରେ ଥିବା ଉତ୍ତର ଦେଖି ପରୀକ୍ଷା ଦେଇଥିଲେ। ଓଡିଶାରେ ମୋଟ ୧୭୪୬ ପଦବୀ ପାଇଁ ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ କଳାହାଣ୍ଡି ଜିଲ୍ଲାରେ ୧୦୬ ପଦବୀ ରହିଥିଲା। ଏ ନେଇ ଲକ୍ଷାଧିକ ପରୀକ୍ଷାର୍ଥୀ ଚାକିରି ଅଶାରେ ପରୀକ୍ଷା ଦେଇଥିଲେ।



from Prameya News7 https://ift.tt/2QpxYOP
ଓଏସଏସଏସସି ଜୁନିୟର କ୍ଲର୍କ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ ଓଏସଏସଏସସି ଜୁନିୟର କ୍ଲର୍କ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗ Reviewed by SUBHENDU BARAL on December 27, 2019 Rating: 5

No comments:

Powered by Blogger.