ଭୁବନେଶ୍ୱର: ଯଦିଓ ବାତ୍ୟା ‘ବୁଲ୍ବୁଲ୍’ ଓଡ଼ିଶା ଛୁଇଁବ ନାହିଁ, ହେଲେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଲାଗି ରହିଛି। ଧୀରେ ଧୀରେ ପବନର ବେଗ ବଢ଼ିବାରେ ଲାଗିଛି।
ପୁରୀ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ସେହିପରି କଟକ ଓ ଭୁବନେଶ୍ୱରରେ ଆଜି ସକାଳୁ ଝିପିଝିପି ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଆକାଶ ମେଘାଚ୍ଛନ୍ନ ମଧ୍ୟ ରହିଛି।
ବାତ୍ୟାର ମୁକାବିଲା ଲାଗି ରାଜ୍ୟ ସରକାର ସଜାଗ ଅଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀକୁ ସଜାଜ ରଖାଯାଇଛି। ଓଡ଼ିଶାରେ ପରିସ୍ଥିତି ନିୟନ୍ତ୍ରଣାଧୀ ଅଛି ବୋଲି ଏସ୍ଆର୍ସି କହିଛନ୍ତି।
ବର୍ଷାକୁ ଦୃଷ୍ଟିରେ ରଖି ଆଜି ୯ଟି ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ରଖିବାକୁ ମଧ୍ୟ ପୂର୍ବରୁ ଘୋଷଣା କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ, କଟକ, ମୟୂରଭଞ୍ଜ ଓ ଖୋର୍ଦ୍ଧା।
ସେପଟେ ସ୍ଥିତିର ମୁକାବିଲା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ।
from OTV Khabar. https://ift.tt/32yhmZ4
No comments: