ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ମାମଲା: ଆଜି ଆସିବ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ

ନୂଆଦିଲ୍ଲୀ ୯|୧୧: ଅଯୋଧ୍ୟା ମାମଲାରେ ଆଜି  ସୁପ୍ରିମ୍ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଦେଶର ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରୁ ରାୟ ପ୍ରକାଶ ପାଇବ। ସର୍ବୋଚ୍ଚ ଅଦାଲତ ସକାଳ ୧୦ଟା ୩୦ରେ ନିଜର ରାୟ ଶୁଣାଇବେ।

କ୍ରମାଗତ ୪୦ ଦିନ ଧରି  ମାରାଥନ ଶୁଣାଣି ପରେ ଅକ୍ଟୋବର ୧୬ରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ। ଏବେ ନିଷ୍ପତ୍ତିର ଘଡ଼ି ଆସି ସାରିଛି।  ଶନିବାର ଛୁଟି ଦିନରେ ସର୍ବୋଚ୍ଚ ନ୍ୟାୟାଳୟର  ସକାଳ  ୧୦ଟା ୩୦ରେ ନିଜର ଐତିହାସିକ ରାୟ ଶୁଣାଇବେ। ୫ ଜଣିଆ ଖଣ୍ଡପୀଠ ଶୁଣାଇବେ  ଏହି ସୁପ୍ରିମ୍ ରାୟ।

 ଅଯୋଧ୍ୟା ଜମି ବିବାଦ ମାମଲାରେ ଶୁଣାଣି କରୁଥିବା ଖଣ୍ଡ ପୀଠରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ୪ ଅନ୍ୟ ଜଜ ହେଉଛନ୍ତି, ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏସ. ଅବଦୁଲ ନଜିର। ଅଯୋଧ୍ୟା ମାମଲାରେ ନିୟମିତ ଶୁଣାଣି ଲାଗି ତାରିଖ ସ୍ଥିର ହେବା ପରେ ୪୦ ଦିନ ପର୍ଯ୍ୟନ୍ତ ହିନ୍ଦୁ ଓ ମୁସଲିମ ପକ୍ଷ ନିଜ ନିଜର ଦଲିଲ ରଖିଥିଲେ। ସୁପ୍ରିମକୋର୍ଟ ଇତିହାସରେ ଏହା ସବୁଠୁ ବଡ଼ ଦ୍ଵିତୀୟ ଲମ୍ବା ଶୁଣାଣି ଥିଲା…

ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା ସମସ୍ତ ୫ ବିଚାରପତିଙ୍କୁ କଡ଼ା ସୁରକ୍ଷା  ଯୋଗାଇଦିଆଯାଇଛି  । ଆଜି ରାୟ ଆସିବା ନେଇ ଜଣାପଡ଼ିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍  ରଞ୍ଜନ ଗୋଗଇଙ୍କୁ ଜେଡ୍  ପ୍ଲସ୍  ସୁରକ୍ଷା ଦିଆଯାଇଛି । ସେହିପରି ଅନ୍ୟ ୪ ଜଣ ବିଚାରପତିଙ୍କ ପାଖରେ ମଧ୍ୟ ସମାନ ଶ୍ରେଣୀର ସୁରକ୍ଷାକର୍ମୀ ରହିବେ । ଉଭୟ ବାସଭବନ ଓ କୋର୍ଟ ଉଭୟ ସ୍ଥାନରେ ଉପସ୍ଥିତ ରହିବେ ସୁରକ୍ଷାକର୍ମୀ । ସେହିପରି ସୁପ୍ରିମକୋର୍ଟ ପରିସରକୁ ମଧ୍ୟ ଗତକାଲି ରାତିରୁ ସୁରକ୍ଷା ବଳୟରେ ରଖାଯାଇଛି । ସମସ୍ତ ସୁରକ୍ଷାର  ଦାୟିତ୍ବ ଦିଲ୍ଲୀ ପୋଲିସ ହାତରେ ରହିଛି । ସେହିପରି ଦିଲ୍ଲୀର ବିଭିନ୍ନ ରାସ୍ତାକୁ ମଧ୍ୟ ସିଲ କରିଦିଆଯାଇଛି । ପାଟ୍ରୋଲିଂ ସହିତ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି ।



from Prameya News7 https://ift.tt/2Q1WTcG
ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ମାମଲା: ଆଜି ଆସିବ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ମାମଲା: ଆଜି ଆସିବ ସୁପ୍ରିମକୋର୍ଟଙ୍କ ସୁପ୍ରିମ୍ ରାୟ Reviewed by SUBHENDU BARAL on November 08, 2019 Rating: 5

No comments:

Powered by Blogger.