ବିଶାଖାପଟନମ୍: ରେଳ ଦୁର୍ଘଟଣା ସମୟରେ ଯାତ୍ରୀଙ୍କୁ କିଭଳି ତୁରନ୍ତ ଚିକିତ୍ସା ପ୍ରଦାନ କରାଯିବ ଓ ରେଳ ଚଳାଚଳକୁ କେମିତି ସ୍ୱାଭାବିକ କରାଯିବ ସେ ନେଇ ଏକ ମକ୍ଡ୍ରିଲ୍ କରାଯାଇଛି। ପୂର୍ବତଟ ରେଲ୍ୱେର ୱାଲ୍ଟଟେୟର୍ ଡିଭିଜନ୍ ପକ୍ଷରୁ ସୀମାଞ୍ଚଲ୍ମ୍ ରେଲ୍ୱେ ଷ୍ଟେସନ୍ ନିକଟରେ ଏହି ମକ୍ଡ୍ରିଲ୍ ହୋଇଛି।
ଏଥିରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପ୍ରାୟ ୧୦୦ରୁ ଅଧିକ କର୍ମଚାରୀ ଯୋଗ ଦେଇଥିଲେ। ଟ୍ରେନ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କିପରି ମେଡିକାଲ ସ୍ଥାନାନ୍ତର କରାଯାଇପାରିବ ସେ ନେଇ ମକ୍ଡ୍ରିଲ୍ ହୋଇଥିଲା।
ଆଗାମୀ ଦିନରେ ରେଳ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବର୍ଷକୁ ୨ରୁ ୩ ଥର ଏଭଳି ମକ୍ଡ୍ରିଲ୍ର ଆୟୋଜନ କରାଯିବ ବୋଲି ୱାଲ୍ଟଟେୟର୍ ଡିଭିଜନ୍ର ଡିଆରଏମ୍ କହିଛନ୍ତି।
from OTV Khabar. https://ift.tt/2NQ6Bw3
ରେଳ ଦୁର୍ଘଟଣାର ମୁକାବିଲା ପାଇଁ ମକ୍ଡ୍ରିଲ୍ OTV KHABAR BUREAU
Reviewed by SUBHENDU BARAL
on
November 07, 2019
Rating:
No comments: