ବ୍ରହ୍ମପୁର: ଆର୍ଥିକ ଅନିୟମିତତା ଅଭିଯୋଗରେ ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଓ କାଂସମାରି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଇଶାକ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ଗତକାଲି ଗଞ୍ଜାମ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି।
ସରକାରୀ ପ୍ରକଳ୍ପ ବାବଦକୁ ଆସିଥିବା ଟଙ୍କାରୁ ପ୍ରାୟ ୪ ଲକ୍ଷ ୪୩ ହଜାର ୨୨୮ ଟଙ୍କା ଇଶାକ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଆର୍ଥିକ ହେରଫେର ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ନ ଦେବା ପର୍ଯ୍ୟନ୍ତ ସେ ନିଲମ୍ବିତ ହୋଇ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି। ନିଲମ୍ବନ ସମୟରେ ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜିରା ପକେଇବେ ବୋଲି ନିର୍ଦ୍ଦେଶ ରହିଛି।
from OTV Khabar. https://ift.tt/2JNjJko
ଆର୍ଥିକ ଅନିୟମିତତା ଅଭିଯୋଗରେ ପିଇଓ ନିଲମ୍ବିତ OTV KHABAR BUREAU
Reviewed by SUBHENDU BARAL
on
November 04, 2019
Rating:
No comments: