‘ବୁଲ୍‌ବୁଲ୍‌’ ପ୍ରଭାବରେ ପାରାଦୀପରେ ସର୍ବାଧିକ ବର୍ଷା OTV KHABAR BUREAU

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ଆଜି ଦିନ ୧୦ଟା ସୁଦ୍ଧା ଓଡ଼ିଶା ଅତିକ୍ରମ କରିବାକୁ ଥିବା ବେଳେ ଏହାର ପ୍ରଭାବରେ ଗତ ୨୪ଘଣ୍ଟାରେ ପାରାଦୀପରେ ସର୍ବାଧିକ ୧୫୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ‘ବୁଲ୍‌ବୁଲ୍‌’ ଏବେ ପାରାଦୀପ ଠାରୁ ୧୧୦ କି.ମି. ଦୂରରେ ରହିଛି।

କେବଳ ପାରାଦୀପ ନୁହେଁ, ଚାନ୍ଦବାଲି ଓ ବାଲେଶ୍ୱର ଆଦି ସ୍ଥାନରେ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ଚାନ୍ଦବାଲିରେ ୧୪୩ ମି.ମି. ଓ ବାଲେଶ୍ୱରରେ ୩୨ ମି.ମି. ବର୍ଷା ରେର୍କଡ କରାଯାଇଛି। ‘ବୁଲ୍‌ବୁଲ୍’ ପ୍ରଭାବରେ ପାରାଦୀପରେ ପ୍ରବଳ ବର୍ଷା ସହିତ ପବନ ବି ହେଉଛି। ପବନରେ କିଛି ସ୍ଥାନରେ ଗଛ ମଧ୍ୟ ଉପୁଡି ପଡ଼ିଛି। ପାରାଦୀପର ଅନେକ ଅଞ୍ଚଳରେ ଫସଲ ମଧ୍ୟ ନଷ୍ଟ ହୋଇଛି।

ସେହିପରି ପୁରୀ, ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ଲାଗି ରହିଛି। ଏହାସହ ଧୀରେ ଧୀରେ ପବନର ବେଗ ମଧ୍ୟ ବଢ଼ୁଛି।

ସୁରକ୍ଷା ଦୃଷ୍ଟିରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।



from OTV Khabar. https://ift.tt/33wCzUE
‘ବୁଲ୍‌ବୁଲ୍‌’ ପ୍ରଭାବରେ ପାରାଦୀପରେ ସର୍ବାଧିକ ବର୍ଷା OTV KHABAR BUREAU ‘ବୁଲ୍‌ବୁଲ୍‌’ ପ୍ରଭାବରେ ପାରାଦୀପରେ ସର୍ବାଧିକ ବର୍ଷା OTV KHABAR BUREAU Reviewed by SUBHENDU BARAL on November 08, 2019 Rating: 5

No comments:

Powered by Blogger.