ନୂଆଦିଲ୍ଲୀ ୯।୧୧: କଡା ସୁରକ୍ଷା ବଳୟରେ ମାମଲାର ଶୁଣାଣି କରୁଥିବା ସମସ୍ତ ୫ ବିଚାରପତି । ଆଜି ରାୟ ଆସିବା ନେଇ ଜଣାପଡିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଛି ।
ସେହିପରି ଅନ୍ୟ ୪ ଜଣ ବିଚାରପତିଙ୍କ ପାଖରେ ମଧ୍ୟ ଏହି କାଟାଗୋରୀର ସୁରକ୍ଷାକର୍ମୀ ରହିବେ । ଉଭୟ ବାସଭବନ ଓ କୋର୍ଟ ଉଭୟ ସ୍ଥାନରେ ଉପସ୍ଥିତ ରହିବେ ସୁରକ୍ଷାକର୍ମୀ ।
ସେହିପରି ସୁପ୍ରିମକୋର୍ଟ ପରିସରକୁ ମଧ୍ୟ ଗତକାଲି ରାତିରୁ ସୁରକ୍ଷା ବଳୟରେ ରଖାଯାଇଛି । ଯାହାର ଦାୟିତ୍ବ ଦିଲ୍ଲୀ ପୋଲିସ ହାତରେ ରହିଛି । ସେହିପରି ଦିଲ୍ଲୀର ବିଭିନ୍ନ ରାସ୍ତାକୁ ମଧ୍ୟ ସିଲ କରିଦିଆଯାଇଛି । ପାଟ୍ରୋଲିଂ ସହିତ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି ।
from Prameya News7 https://ift.tt/2CsMrTs
କଡା ସୁରକ୍ଷା ବଳୟରେ ଅଯୋଧ୍ୟା ମାମଲାର ଶୁଣାଣି କରୁଥିବା ୫ ବିଚାରପତି
Reviewed by SUBHENDU BARAL
on
November 08, 2019
Rating:
No comments: