ଡୋପ୍‌ ଟେଷ୍ଟ୍‌ରେ ଧରା ପଡ଼ିଲେ ଭାରୋତ୍ତୋଳକ ରବି କୁମାର, ୪ ବର୍ଷ ବାସନ୍ଦ OTV KHABAR BUREAU

ଭୁବନେଶ୍ୱର: ଓଡ଼ିଆ ଭାରୋତ୍ତୋଳକ କେ. ରବି କୁମାର ଡୋପ୍‌ ଟେଷ୍ଟ୍‌ରେ ଧରାପଡ଼ିଛନ୍ତି। ୪ ବର୍ଷ ପାଇଁ ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି ବା ନାଡା ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଛି। ଏନେଇ ନାଡା ପକ୍ଷରୁ ସୂଚନା ଦିଆଯାଇଛି।

ରବି କୁମାରଙ୍କ ସହ ଅନ୍ୟ ୪ ଖେଳାଳିଙ୍କୁ ମଧ୍ୟ ବାସନ୍ଦ କରାଯାଇଛି। ସେମାନେ ହେଲେ ପୂର୍ଣ୍ଣିମା ପାଣ୍ଡେ, ଡିସ୍କସ୍ ଥ୍ରୋର ଧରମ୍‌ ରାଜ୍‌ ଯାଦବ, ସ୍ପ୍ରିଣ୍ଟର ସଞ୍ଜିତ ଏବଂ ଭାରୋତ୍ତୋଳକ ଗୁର୍‌ମେଲ୍‌ ସିଂଙ୍କୁ ମଧ୍ୟ ନାଡା ୪ବର୍ଷ ପାଇଁ ବାସନ୍ଦ କରିଛି।

ଏହା୨୦୨୦ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଥିବା କୁହାଯାଉଛି। କାରଣ ରବି କୁମାର ଟୋକିଓ ଅଲିମ୍ପିକ୍ସରେ ବାଦ୍‌ ପଡ଼ିପାରନ୍ତି ବୋଲି ଜଣାପଡ଼ିଛି।

୨୦୧୦ କମ୍‌ନ୍‌ୱେଲ୍‌ଥ୍ସ ଗେମ୍ସର ୬୯ କିଲୋଗ୍ରାମ ବର୍ଗରେ ରବି କୁମାର ସ୍ୱର୍ଣ୍ଣ ପଦକ ଜିତିଥିଲେ।ସେହିପରି ୨୦୧୪ରେ ୭୭ କିଲୋଗ୍ରାମ ବର୍ଗରେ ସେ ରୌପ୍ୟ ପଦକ ହାସଲ କରିଥିଲେ।



from OTV Khabar. https://ift.tt/2NhL0h1
ଡୋପ୍‌ ଟେଷ୍ଟ୍‌ରେ ଧରା ପଡ଼ିଲେ ଭାରୋତ୍ତୋଳକ ରବି କୁମାର, ୪ ବର୍ଷ ବାସନ୍ଦ OTV KHABAR BUREAU ଡୋପ୍‌ ଟେଷ୍ଟ୍‌ରେ ଧରା ପଡ଼ିଲେ ଭାରୋତ୍ତୋଳକ ରବି କୁମାର, ୪ ବର୍ଷ ବାସନ୍ଦ OTV KHABAR BUREAU Reviewed by SUBHENDU BARAL on November 04, 2019 Rating: 5

No comments:

Powered by Blogger.