ଗୁଜରାଟ ପ୍ରତି ରହିଛି ବାତ୍ୟା ‘ମହା’ ଭୟ OTV KHABAR BUREAU

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଗତ ୯ ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିଛି ଯେ ‘ମହା’ ଘଣ୍ଟାପ୍ରତି ୯ କି.ମି. ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରୁଛି।

ବର୍ତ୍ତମାନ ଏହା ଦକ୍ଷିଣ-ଦକ୍ଷିଣପଶ୍ଚିମ ଭେରାଭାଲ୍(ଗୁଜରାଟ) ଠାରୁ ୫୭୦ କି.ମି. ଓ ଗୋଆଠାରୁ ୫୦୦ କି.ମି. ଦୂରରେ  କେନ୍ଦ୍ରୀଭୂତ ହୋଇଛି। ଏହା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ଏହାପରେ ଏହା ଦକ୍ଷିଣ ଗୁଜରାଟ ଉପକୂଳ ମୁହାଁହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ‘ମହା’ ଗୁଜରାଟ ଉପକୂଳ ଅତିକ୍ରମ ବେଳେ ପବନର ବେଗ ଘଣ୍ଟାପ୍ରତି ୬୦-୭୦କି.ମି.ରୁ ଅଧିକ ରହିପାରେ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ଗୁଜରାଟରେ ନଭେମ୍ବର ୬ରୁ ୮ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ଜୋରରେ ପବନ ବହିବାର ଆଶଙ୍କା ରହିଛି।


from OTV Khabar. https://ift.tt/2NyQ2Ve
ଗୁଜରାଟ ପ୍ରତି ରହିଛି ବାତ୍ୟା ‘ମହା’ ଭୟ OTV KHABAR BUREAU ଗୁଜରାଟ ପ୍ରତି ରହିଛି ବାତ୍ୟା ‘ମହା’ ଭୟ OTV KHABAR BUREAU Reviewed by SUBHENDU BARAL on November 01, 2019 Rating: 5

No comments:

Powered by Blogger.