ଆଠଗଡ ୮।୧୧ : ଆଜି ପହିଲି ପଞ୍ଚୁକ। ମହା କାର୍ତ୍ତିକ ମାସର ଶେଷ ପର୍ବ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଗଜଭୋଗ ଓ ତରଣ ଲାଗି କରାଯିବ ।
ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦ୍ ଯାପନ କରିଥାନ୍ତି। ସେଥିପାଇଁ ଆଜି ରାତି ଦୁଇଟା ବେଳେ ଦ୍ଵାର ଫିଟା ଯାଇ୧୦୮ ଗରା ଜଳରେ ମହାସ୍ନାନ କରାଯାଇ , ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇଥାଏ । ଭସମସ୍ତ ରୀତିନୀତି ପରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଏ । ପଞ୍ଚୁକ ପାଞ୍ଚ ଦିନରେ ମହାପ୍ରଭୁ ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ହେବାକୁ ଥିବା ବେଳେ ପୂର୍ଣ୍ଣିମା ଦିନ ଯୋଗୀ ବେଶ ରେ ଦର୍ଶନ ଦେବେ। ପ୍ରଶାସନ ଓ ପୂଜକ ସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
from Prameya News7 https://ift.tt/36M5kys
ପହିଲି ପଞ୍ଚୁକ ନେଇ ଧବଳେଶ୍ବର ପୀଠ ଚଳଚଞ୍ଚଳ: ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା
Reviewed by SUBHENDU BARAL
on
November 07, 2019
Rating:
No comments: