ଜଗତସିଂହପୁର ୮।୧୧ : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ତେଣ୍ଟଇ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାରମ୍ବାର ଗ୍ରାମ ସଭା ଓ ପୋଲିସରେ ଜଣାଇବା ପରେ ମଧ୍ୟ କିଛି ସୁଫଳ ନମିଳିବାରୁ ଶେଷରେ ନିରାଶ ହୋଇ ଫ୍ୟାନରେ ଝୁଲି ପଡି ଜୀବନ ହାରିଦେଲେ ପିଡିତା ଯୁବତୀ ।
ସୂଚନାଯୋଗ୍ୟ ଯେ, ନାଉଗାଁ ଥାନା ତେଣ୍ଟଇ ଗାଁରେ ଜଣେ ଯୁବକ ଏକତରଫା ପ୍ରେମ କରି ଜଣେ ଯୁବତୀ ଓ ତାଙ୍କର ପରିବାରକୁ ଧମକ ଦେଉଥିଲେ , ଗାଧଉ ଥିବା ବେଳର ଆପତ୍ତିଜନକ ଫଟୋ ମଧ୍ୟ ଗାଁର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇବାର ଗ୍ରାମ ସଭା ଓ ପୋଲିସରେ ଜଣାଇବା ଅଭିଯୋଗ କରୁଥିଲେ ଯୁବତୀ । ଶେଷରେ ସୁଫଳ ନମିଳିବାରୁ ନିରାଶ ହୋଇ ଫ୍ୟାନରେ ଝୁଲି ପଡି ଜୀବନ ହାରିଦେଲେ ପିଡିତା ଯୁବତୀ ।
ନାଉଗାଁ ଥାନା ତେଣ୍ଟଇ ଗାଁର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ଦୁଇ ବର୍ଷ ହେଲା ଏକ ତରଫା ପ୍ରେମ କରିବା ସହ ବିଭିନ୍ନ ହଇରାଣ କରି ଆସୁଥିଲା । ଏପରିକି ପରିବାର ଲୋକଙ୍କୁ ମଧ୍ୟ ଧମକ ଚମକ ଦେବା ସହ ଗାଧୋଇବା ବେଳେ ପିଡିତାଙ୍କର ଆପତ୍ତିଜନକ ଫଟୋ ଉଠାଇ ତାକୁ ପିଡିତାଙ୍କର ଘର ନିକଟରେ ବିଭିନ୍ନ ସ୍ଥାନରେ ପୋଷ୍ଟର ପରି ଲଗାଇ ଗାଳି ଦେଉଥିଲା । ନିର୍ଯାତନା ଅସହ୍ୟ ହେବା ପରେ ଏ ବାବଦରେ ପିଡିତାଙ୍କର ବାପା ମାଆ ଗ୍ରାମ କମିଟିରେ ଜଣାଇବା ପରେ ବର୍ଷେ ତଳେ ଗାଁରେ କମିଟି ବସି ଏହାର ସମାଧାନ କରାଯାଇଥିଲା ।
କିଛି ଦିନ ପରେ ଅଭିଯୁକ୍ତ ଯୁବକ ପୁନର୍ବାର ପୂର୍ବ ନୀତି ଆପଣେଇବା ସହ ପୁଣି ହଇରାଣ କରି ଚାଳିବାରୁ ପିଡିତା ଓ ତାଙ୍କର ମାଆ ନାଉଗାଁ ଥାନାରେ ଏ ବାବଦରେ ୬ ମାସ ତଳେ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ଏ ବାବଦରେ କେବଳ ପ୍ରତିଶୃତି ଦେଇ ଘଟଣାକୁ ହାଲକା ଭାବରେ ନେଇ ବସି ପଡ଼ିଲା । ଏହାର ସୁଯୋଗ ନେଇ ଅଭିଯୁକ୍ତ ପୂନର୍ବାର ପିଡିତାଙ୍କର ସେହି ଆପତ୍ତିଜନକ ଫଟୋକୁ ତାଙ୍କର ବନ୍ଧୁ ବାନ୍ଧବ ଘରକୁ ମଧ୍ୟ ପଠାଇବା ସହ ପିଡିତାଙ୍କର ବାହାଘର ପ୍ରସ୍ତାବକୁ ମଧ୍ୟ ଭାଙ୍ଗି ବାରେ ଲାଗିଲା ।
ପୁଣିଥରେ ପୀଡିତାଙ୍କର ଘର କବାଟରେ ସେହି ଫଟୋକୁ ଲଗାଇ ଚାଲି ଯାଇଥିଲା ଅଭିଯୁକ୍ତ ଯୁବକ । ବାରମ୍ବାର ଏପରି ନିର୍ଯାତନା ସାଙ୍ଗକୁ ଏଣେ ପୋଲିସ ପାଖରୁ ନ୍ୟାୟ ନପାଇବା ପରେ ପୀଡିତା ଘର ଭିତରେ ଫ୍ୟାନରେ ରଶି ଲଗାଇ ନିଜ ଜୀବନ ହାରି ଦେଇଛନ୍ତି । ଘଟଣା ବାବଦରେ ଅଭିଯୋଗ ପାଇବା ପରେ ନାଉଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଚଳାଇଛି । ଆରପଟେ ଅଭିଯୁକ୍ତ ଫେରାର ହୋଇ ଯାଇଥିବାର ପୋଲିସ କହିଛି ।
from Prameya News7 https://ift.tt/34JWAHB
No comments: