କଟକ ୬।୧୧: କଟକ ଏସସିବି ମେଡିକାଲରେ 5-T ସଚିବ ଭି.କେ. ପାଣ୍ଡିଆନ । ଆଜି ଭୋର ୪ଟା ସମୟରେ 5-T ସଚିବ ଏସସିବିକୁ ଗସ୍ତ କରିଥିଲେ । 5-T ସଚିବଙ୍କ ସମେତ ସଚିବ କ୍ରୀଷନକୁମାର, ସ୍ବାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ଓ ଏନ.ଆର.ଏଚ.ଏମ ସାଲିନ ପଣ୍ଡିତ ମଧ୍ୟ ଏସସିବି ଗସ୍ତ କରିଛନ୍ତି ।
ପ୍ରଥମେ ଏସସିବିର ଜରୁରୀକାଳୀନ ବିଭାଗରେ ପହଞ୍ଚିଥିଲେ । ଏହାପରେ ଏସସିବିକୁ ଥିବା ରାସ୍ତା ଓ ପଡିଆକୁ ବୁଲି ଭିତ୍ତିଭୂମି ଓ ଚିକିତ୍ସା ବ୍ୟବସ୍ଥାର ଯାଞ୍ଚ କରିଥିଲେ । ଏହାପରେ ଏସସିବିର ବିଭିନ୍ନ କର୍ତ୍ତୃପକ୍ଷଙ୍କୁ ନେଇ ପ୍ରିନ୍ସପାଲ ଅଫିସ ପରିସରରେ ଏକ ବୈଠକ ହୋଇଥିଲା । ମେଡିକାଲର ଭିତ୍ତିଭୂମିର ଉନ୍ନତି ଲାଗି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ।
ତେବେ ଆଜି ଅପରାହ୍ନରେ ଭୁବନେଶ୍ବରରେ ଏସସିବି ସମ୍ପର୍କୀତ ବୈଠକ ହେବ ବୋଲି ସୂଚନା ମିଳିଛି ।
from Prameya News7 https://ift.tt/2JUBfmA
ଏସସିବିରେ 5-T ସଚିବ ଭି.କେ. ପାଣ୍ଡିଆନ, ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମିର କଲେ ଅନୁଧ୍ୟାନ
Reviewed by SUBHENDU BARAL
on
November 05, 2019
Rating:
No comments: