ଜଗତସିଂହପୁର: ‘ମଧୁ ଡକେଇ କି ମୋ ସ୍ୱାମୀକୁ ମର୍ଡର କରିଛି। ମୋ ସ୍ୱାମୀ ଯେମିତି ଛଟପଟ ହୋଇକି ମରିଛି ସେ ବି ସେମିତି ଛଟପଟ ହୋଇକି ମରିବ’। କୋହଭରା କଣ୍ଠରେ ଏପରି କହିଛନ୍ତି କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ ନାମକ ଜଣେ ଯୁବକଙ୍କ ପତ୍ନୀ। କୃଷ୍ଣଚନ୍ଦ୍ରଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଥିଲା।
ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଦାଆଗାଁରେ ଥିବା ଏକ ସ୍କୁଲ ଭିତରେ କୃଷ୍ଣଚନ୍ଦ୍ରଙ୍କୁ ଜୀଅନ୍ତା ପୋଡ଼ି ମାରିଦେବା ଘଟଣାରେ ପରକୀୟା ପ୍ରୀତି ଥିବା ସନ୍ଦେହ କରାଯାଉଛି। ପ୍ରେମ ବ୍ୟାପାରକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।
କୃଷ୍ଣଚନ୍ଦ୍ରଙ୍କ ଘର ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ କାଞ୍ଚନପୁର ଗାଁରେ। ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ତାଙ୍କ ସ୍ତ୍ରୀଙ୍କ ସମେତ ସଂପର୍କୀୟମାନେ ଜଗତସିଂହପୁରରେ ପହଞ୍ଚିଛନ୍ତି।
କୃଷ୍ଣଚନ୍ଦ୍ରଙ୍କୁ ଷଡ଼ଯନ୍ତ୍ର କରି ମିଳିମିଶି ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ତିନିଦିନ ତଳେ ଅହମ୍ମଦାବାଦ ଯାଉଛନ୍ତି ବୋଲି କହି କୃଷ୍ଣ ଘରୁ ଆସିଥିଲେ।
କୃଷ୍ଣଙ୍କ ସ୍ତ୍ରୀ କହିଛନ୍ତି, ‘ଅହମ୍ମଦାବାଦ ଯାଉଛନ୍ତି ବୋଲି କହି ସେ(କୃଷ୍ଣଚନ୍ଦ୍ର) ଘରୁ ଚାଲି ଆସିଥିଲେ। ତା’ପରେ ତାଙ୍କୁ ଫୋନ୍ କରିବାରୁ ତାଙ୍କ ଫୋନ୍ ଲାଗି ନ ଥିଲା। କାଲି ନ୍ୟୁଜ୍ରେ ଜାଣିବା ପରେ ମୋର ସନ୍ଦେହ ହେଲା ଯେ ସେ ସ୍ତ୍ରୀ ଲୋକ, ତା ନାଁ ହେଉଛି ମଧୁ…ସେ ମୋ ସ୍ୱାମୀଙ୍କ ପାଖକୁ ଫୋନ୍ କରେ। ଆଉ ସେ ହିଁ ତାଙ୍କୁ ଡାକି ହତ୍ୟା କରିଛି।’
ସେ ଆହୁରି କହିଛନ୍ତି, ‘ମଧୁ ମୋ ସ୍ୱାମୀଙ୍କ ପାଖକୁ ବହୁଥର ଫୋନ୍ କରେ। ସେ ମୋ ସ୍ୱାମୀଙ୍କ ପାଖକୁ କାହିଁକି ଫୋନ୍ କରୁଛୁ ବୋଲି ମୁଁ ତାକୁ ପଚାରିବି ଥିଲି। ଆଉ ମୋ ସ୍ୱାମୀଙ୍କୁ ପଚାରିବାରୁ ସେ କହିଥିଲେ କି ସେ(ମଧୁ) ମୋ ସାଙ୍ଗ। ପୂର୍ବରୁ ସେ ମୋ ସ୍ୱାମୀଙ୍କୁ ଡାକି ତାଙ୍କ ସହ ବୁଲାବୁଲି କରିଛି ଓ ଫଟୋ ମଧ୍ୟ ଉଠାଇଛି।’
କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ଅଭିଯୋଗ କରିଛନ୍ତି, ‘ମଧୁ ଡକେଇ କି ମୋ ସ୍ୱାମୀକୁ ମର୍ଡର କରିଛି। ମିଳିମିଶି ସମସ୍ତେ ମୋ ସ୍ୱାମୀଙ୍କୁ ମର୍ଡର କରିଛନ୍ତି। ମୋ ସ୍ୱାମୀ ଯେମିତି ଛଟପଟ ହୋଇକି ମରିଛି ସେ(ମଧୁ) ବି ସେମିତି ଛଟପଟ ହୋଇକି ମରିବ’।
ଅନ୍ୟପକ୍ଷରେ ପୁଲିସ୍ ଘଟଣାର ତଦନ୍ତ କରୁଛି।
from OTV Khabar. https://ift.tt/2omhY5V
No comments: