ସରିଲା ଶାରଦୀୟ ଦୁର୍ଗା ପୂଜା, ଏବେ ବିଦାୟ ନେବେ ମାଆ OTV KHABAR BUREAU

କଟକ: ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ଏବେ ବିଦାୟ ନେବେ ମାଆ।  ବାଜା ବାଣ ପଟୁଆରରେ ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଗତ ରାତିରୁ କଟକର କିଛି ସ୍ଥାନରେ ଆରମ୍ଭ ହୋଇଛି ଭସାଣ ଉତ୍ସବ।  ଆଜି ବାକି ସବୁ ସ୍ଥାନରେ ଭସାଣ ଉତ୍ସବ ହେବ ଆରମ୍ଭ ହେବ।

ଏଥିପାଇଁ କଟକରେ ୫୭ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବାକୁ ଥିବାବେଳେ ୩୦୦ ଅଫିସର, ୪ ଅତିରିକ୍ତ ଡିସିପିଙ୍କ ସହ ରାପିଡ୍ ଆକ୍ସନ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ରାସ୍ତାରେ ସିସିଟିଭି ଲଗାଯିବା ସହ ଦିନ ୧୧ଟା ପରେ ମେଢ଼ ଯାଉଥିବା ରାସ୍ତାରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି।

ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜଧାନୀର ତିନିଟି ସ୍ଥାନରେ ଭାସଣ ଶୋଭାଯାତ୍ରା ଅନୁଷ୍ଠିତ ହେବ। ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ନୟାପଲ୍ଲୀ ପଡ଼ିଆରେ ୨୦ଟି ମେଢ଼ ଏକାଠି ହେବେ। ସେଠାରୁ ହିଁ ଭସାଣ ଉତ୍ସବ ଆରମ୍ଭ ହେବ। ସେହିପରି ସହିଦ ନଗର ପଡ଼ିଆ ଓ ଚନ୍ଦ୍ରଶେଖରପୁର ଆରଟିଓ ପଡ଼ିଆରେ ବିଭିନ୍ନ ମୂର୍ତ୍ତି ଏକାଠି ହେବା ପରେ ଭସାଣ ଉତ୍ସବ ଆରମ୍ଭ ହେବ। ଧାଡ଼ି ଶୋଭାଯାତ୍ରା ପାଇଁ ପୁଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।



from OTV Khabar. https://ift.tt/2MnSihv
ସରିଲା ଶାରଦୀୟ ଦୁର୍ଗା ପୂଜା, ଏବେ ବିଦାୟ ନେବେ ମାଆ OTV KHABAR BUREAU ସରିଲା ଶାରଦୀୟ ଦୁର୍ଗା ପୂଜା, ଏବେ ବିଦାୟ ନେବେ ମାଆ OTV KHABAR BUREAU Reviewed by SUBHENDU BARAL on October 08, 2019 Rating: 5

No comments:

Powered by Blogger.