ମୁମ୍ୱାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ଏହି ସମୟରେ ମହରାଷ୍ଟ୍ରର ଜଳଗାଁର ବିଜେପି ନେତା ତଥା କର୍ପୋରେଟର ରବୀନ୍ଦ୍ର ଖରାତ ଏବଂ ତାଙ୍କ ପରିବାରର ୪ ଜଣ ସଦସ୍ୟ ହତ୍ୟାର ଶିକାର ହୋଇଛନ୍ତି। ଗତକାଲି ରାତି ୯ ଟା ୩୦ ସମୟରେ ଦୁର୍ବତ୍ତମାନେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି।
ଗତକାଲି ରବୀନ୍ଦ୍ର ରାତିରେ ତାଙ୍କ ଘର ସାମ୍ନାରେ ବସିଥିଲେ। ଏହି ସମୟରେ ହଠାତ୍ କିଛି ଅଜଣା ଲୋକ ଆସିଥିଲେ। ଏହାପରେ କିଛି କହିବା ଆଗରୁ ରବୀନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ଶବ୍ଦ ଶୁଣି ରବୀନ୍ଦ୍ରଙ୍କ ବଡ଼ ଭାଇ ସୁନୀଲ ଖରତା ବାହାରକୁ ଆସିଥିଲେ। ସେ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳିର ଶିକାର ହୋଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଘର ଭିତରକୁ ପଶି ଅନ୍ୟ ସଦସ୍ୟଙ୍କ ଉପରକୁ ଗୁଳି ଚଳାଇବା ସହିତ ଛୁରୀରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ରବୀନ୍ଦ୍ର ଓ ସୁନୀଲଙ୍କର ମୃତ୍ୟୁ ଘଟିଥିଲା।
ଗୁରୁତର ଆହତ ହୋଇଥିବା ରବୀନ୍ଦ୍ରଙ୍କ ଦୁଇ ପୁଅ ରୋହିତ ଏବଂ ପ୍ରେମ ସାଗର ଓ ଘରେ ଉପସ୍ଥିତ ଥିବା ତାଙ୍କର ବନ୍ଧୁଙ୍କୁ ହସ୍ପିଟାଲକୁ ନିଆଯାଉଥିବା ବେଳେ ବାଟରେ ଆଖି ବୁଜିଦେଇଥିଲେ।
ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ୩ ଜଣଙ୍କୁ ଗିରଫ କରିଛି। ହତ୍ୟାର କାରଣ ଅସ୍ପଷ୍ଚ ରହିଛି। ସ୍ଥାନୀୟ ଲୋକମାନେ କେହି କେହି ଏହାକୁ ନିର୍ବାଚନୀ ହିଂସା କହୁଥିବା ବେଳେ ଆଉ କେହି କେହି ରବୀନ୍ଦ୍ରଙ୍କ ବିରୋଧୀ ଲୋକ ଏଭଳି ହତ୍ୟା କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି କହୁଛନ୍ତି।
from OTV Khabar. https://ift.tt/33j5X0f
No comments: