ତାମିଲନାଡ଼ୁ: ଜୀବନରେ ବେଳେବେଳେ ଏମିତି ଅବିଶ୍ୱସନୀୟ ଘଟଣା ଘଟେ ଯେଉଁଥିପାଇଁ ଭଗବାନଙ୍କ ସ୍ଥିତିକୁ ନେଇ ଆମେ ଦୃଢନିଶ୍ଚୟ ହୋଇଯାଉ। ନିଶ୍ଚିତ ମୃତ୍ୟୁ ମୁହଁରୁ ମଣିଷ ଏମିତ ବର୍ତ୍ତିଯାଏ ଯାହାକୁ ଦେଖିଲେ ଲାଗେ ଯେମିତି ଭଗବାନ ନିଜେ ଆସି ହାତ ଧରି ଉଦ୍ଧାର କରିଦେଲେ। ଏମିତି ଏକ ଘଟଣା ଘଟିଛି ତାମିଲନାଡୁରେ। ଚଳନ୍ତା ଟ୍ରେନ୍ରେ ଚଢୁ ଚଢୁ ଖସି ପଡୁଥିଲେ ଜଣେ ବ୍ୟକ୍ତି। ରେଳ ଧାରଣାରେ ପଡ଼ିବାକୁ ଆଉ କେଇ ମୁହୂର୍ତ୍ତ ମାତ୍ର। ହେଲେ କେଉଁଠୁ ଥିଲେ ସେଇ ଦେବଦୂତ, ଏମିତି ଧକ୍କା ଦେଲେ ଯେ, ବ୍ୟକ୍ତି ଜଣକ ସିଧା ପଶିଗଲେ ଟ୍ରେନ ଭିତରେ। ଭାବି ପାରୁଛନ୍ତି ! ବୋଧହୁଏ ଗୋଟିଏ ସେକେଣ୍ଡରୁ କମ୍ ବ୍ୟବଧାନ ଆଉ ତାରି ଭିତରେ ଅଦ୍ଭୁତ ସଂଯୋଗ। ଏହାର ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି ବିଶ୍ୱାସ କରି ପାରିବେ ନାହିଁ।
ଶନିବାର କୋଏମ୍ବାଟୁର ରେଳଷ୍ଟେଶନରେ ଘଟିଛି ଏହି ଘଟଣା। ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଛନ୍ତି। ହେଲେ ଚଢୁ ଚଢୁ ତାଙ୍କ ଗୋଡ ଖସି ଯାଉଛି ଓ ସେ ତଳେ ପଡ଼ି ଯାଉଛନ୍ତି। ହେଲେ ତଳେ ପଡ଼ିବା ପୂର୍ବରୁ ଦୂରରେ ଥିବା ଜଣେ ଆରପିଏଫ ଯବାନ ଖୁବ୍ ଦ୍ରୁତ ଗତିରେ ଦୌଡ଼ି ଆସୁଛନ୍ତି ଏବଂ ନଇଁପଡ଼ି ଉକ୍ତ ବ୍ୟକ୍ତିଙ୍କୁ ଗୋଟିଏ ଧକ୍କା ଦେଇଛନ୍ତି ଯଦ୍ୱାରା ଖସି ପଡ଼ୁଥିବା ବ୍ୟକ୍ତିଜଣ ଟ୍ରେନ ବଗି ଭିତରକୁ ପଶି ଯାଉଛନ୍ତି। ସିଆରପିଏଫ ଯବାନ ଜଣକ ଯଦି ଆସିବାରେ ଅଧାରୁ ଅଧା ସେକେଣ୍ଡ ବିଳମ୍ବ କରି ଦେଇଥାନ୍ତେ ତେବେ ଉକ୍ତ ବ୍ୟକ୍ତିଜଣକ ନିଶ୍ଚିତ ରେଳ ଧାରଣାରେ ଖସି ପଡ଼ିଥାନ୍ତେ।
ଚଳନ୍ତା ଟ୍ରେନ୍ରେ ନ ଚଢିବା ପାଇଁ ରେଳ କର୍ତ୍ତୃପକ୍ଷ ବାରମ୍ବାର ନିବେଦନ କରୁଛନ୍ତି। ହେଲେ ଲୋକେ ଶୁଣୁ ନାହାନ୍ତି। ଯାହାଫଳରେ ଏପରି ଦୁର୍ଘଟଣାମାନ ଘଟୁଛନ୍ତି। କେତେଜଣ ଭାଗ୍ୟଶାଳୀ ଏପରି ଦୁର୍ଘଟଣାରୁ ସିନା ବର୍ତ୍ତି ଯାଉଛନ୍ତି, ନଚେତ ଅନ୍ୟମାନେ ଜୀବନ ହରାଉଛନ୍ତି।
#WATCH Railway Protection Force (RPF) personnel saved a passenger from slipping under a moving train at Coimbatore railway station earlier today pic.twitter.com/UKCk8vqSCO
— ANI (@ANI) October 26, 2019
from OTV Khabar. https://ift.tt/2JmLNun
No comments: