ଦୀପାବଳିକୁ ଫିକା କରିପାରେ ବାତ୍ୟା ‘କ୍ୟାର’ : କର୍ଣ୍ଣାଟକରେ ହାଇଆଲର୍ଟ ଜାରି  Kanak News

କନକ ବ୍ୟୁରୋ : କର୍ଣ୍ଣାଟକରେ ଫିକା ପଡ଼ିପାରେ ଦୀପାବଳୀ । ବାତ୍ୟା କ୍ୟାର ପ୍ରଭାବରେ କର୍ଣ୍ଣାଟକରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ ବୋଲି ଆଶଙ୍କା କରାଯାଉଛି । ପାଣିପାଗ ବିଭାଗ ଅନୁସାରେ ପଶ୍ଚିମ ପଟୁ ବଢ଼ୁଥିବା ବାତ୍ୟା କ୍ୟାର ପ୍ର୍ରବଳ ବର୍ଷା ଓ ପବନ ସହ ରାଜ୍ୟର ଉପକୂଳବର୍ତ୍ତୀ ଅଂଚଳ ଛୁଇଁବ । ଦୁଇ ଦିନ ପର୍ଯ୍ୟନ୍ତ ଜନଜୀବନ ପ୍ରଭାବିତ କରିବାର ଆଶଙ୍କା ରହିଛି ।

ରାଜ୍ୟ ସରକାର ଦକ୍ଷିଣ କନ୍ନଡ଼, ଉପୁଡ଼ି ଓ ଉତ୍ତର କନ୍ନଡ଼ ଉପକୂଳବର୍ତ୍ତୀ ଅଞ୍ଚ ଗୁଡ଼ିକ ପାଇଁ ରେର୍ଡ଼ଆଲର୍ଟ ଜାରି କରିଛନ୍ତି । ଗତକାଲି ସ୍କୁଲ, କଲେଜ ବନ୍ଦ ରହିଥିବା ବଳେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଭରିଯାଇଛି । ଏହାସହ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦଆଯାଇଛଛି ।

ସେପଟେ ଗୋଆ, କର୍ଣ୍ଣାଟକ, ମହରାଷ୍ଟ୍ର ବ୍ୟତୀତ ଦକ୍ଷିଣ ଗୁଜରାଟରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଉତ୍ତର ଏବଂ ଦକ୍ଷିଣ ଗୋଆରେ ଅତି ପ୍ରବଳ ବର୍ଷା ହେବ ବୋଲି ଗତକାଲି ପାଣିପାଗ ବିଭାଗ ‘ୟେଲୋ ୱାର୍ଣ୍ଣିଂ’ ଜାରି କରିଥିଲା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୋଆ, ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବ । ଏଣୁ ଏହି ୪ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ‘କ୍ୟାର୍’ର ଭୟବହତାକୁ ଦୃଷ୍ଟିରେ ରଖି ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ସମୁଦ୍ର ପ୍ରହରୀ, ଅମଲ, ଅପୂର୍ବ, ଅମର୍ତ୍ତ୍ୟ ଏବଂ ରାଜଦୂତକୁ କର୍ଣ୍ଣାଟକ-ଗୋଆ ତଟରେ ସଜାଗ କରି ରଖାଯାଇଛି।



from Kanak News https://ift.tt/2WjoKWB https://ift.tt/31Sp9R4
ଦୀପାବଳିକୁ ଫିକା କରିପାରେ ବାତ୍ୟା ‘କ୍ୟାର’ : କର୍ଣ୍ଣାଟକରେ ହାଇଆଲର୍ଟ ଜାରି  Kanak News ଦୀପାବଳିକୁ ଫିକା କରିପାରେ ବାତ୍ୟା ‘କ୍ୟାର’ : କର୍ଣ୍ଣାଟକରେ ହାଇଆଲର୍ଟ ଜାରି  Kanak News Reviewed by SUBHENDU BARAL on October 26, 2019 Rating: 5

No comments:

Powered by Blogger.