ମା’ ମହାମାୟାଙ୍କ ଆଜି ମହାଅଷ୍ଟମୀ ! ମହାଅଷ୍ଟମୀରେ ପୂଜା ପାଆନ୍ତି ଦେବୀ ମହାଗୌରୀ , ଜାଣନ୍ତୁ ଦେବୀଙ୍କ ପୌରାଣିକ ଗାଥା ସମ୍ବନ୍ଧରେ କିଛି … Kanak News

ରବିବାର ଶାରଦୀୟ ନବରାତ୍ରୀର ଅଷ୍ଟମ ଦିନ । ଅଷ୍ଟମୀରେ ମା’ ଆଦିଶକ୍ତିଙ୍କ ଅଷ୍ଟମ ଏବଂ ଶାନ୍ତ ରୂପ ମା’ ମହାଗୌରୀଙ୍କ ଉପାସନା କରାଯାଏ । ପୌରାଣିକ କଥାନୁସାର , ଦେବୀ ପାର୍ବତୀଙ୍କ ରୂପରେ ମା’ମହାଗୌରୀ ଭଗବାନ ମହାଦେବଙ୍କୁ ସ୍ୱାମୀ ରୂପେ ପାଇବା ପାଇଁ କଠୋର ତପସ୍ୟା କରିଥିଲେ । ଏକଦା ନିଳକଣ୍ଠଙ୍କ ରୁକ୍ଷ ବାକ୍ୟରେ ମା’ଙ୍କ ମନକୁ ଆଘାତ ପହଁଚିଥିଲା ଏବଂ ମା’ କଠୋର ତପସ୍ୟାରେ ଲିନ ହୋଇଯାଇଥିଲେ । ଅନେକ ଯୁଗ ପରେ ମା’ଙ୍କ ତପସ୍ୟା ଯେତେବେଳେ ଭଗ୍ନ ହୋଇନଥିଲା ପ୍ରଭୂ ଭୋଳାନାଥ ସ୍ୱୟଂ ମା’ଙ୍କୁ ଖୋଜିବା ପାଇଁ ବାହାରି ପଡିଥିଲେ । ମା’ଙ୍କୁ ତପସ୍ୟାରେ ଏଭଳି ମଗ୍ନ ଥିବାର ଦେଖି ଭଗବାନ ଶିବ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । ଅନେକ ଯୁଗ ଅନ୍ତରାଳେ ମଧ୍ୟ ମାତାଙ୍କ ଶରୀରରୁ ଉର୍ଜ୍ଜା ଏବଂ ତେଜ ବାହାରୁଥିଲା । ମାତା ପାର୍ବତୀଙ୍କ ଶରୀରର ରଙ୍ଗ ସ୍ୱର୍ଣ୍ଣ ଭଳି , ତାଙ୍କ ମନଲୋଭା ଛବି ଚନ୍ଦ୍ରମା ସମାନ ଶ୍ୱେତ ଏବଂ ଜୁଇ ଫୁଲ ଭଳି ଧବଳ । ମାତାଙ୍କ ବସ୍ତ୍ର ଏବଂ ଆଭୁଷଣରେ ପ୍ରସନ୍ନ ହୋଇ ଦେବୀ ଉମା ଗୌରବରଣର ବରଦାନ ମିଳିଛି ଏବଂ ମା’ଙ୍କ ନାଁ “ମହାଗୌରୀ” ରହିଛି ।

ପୁରାଣରେ ଆଉ ଏକ କଥା ରହିଛି ଯେଉଁଥିରେ ଭଗବାନ ଶିବଙ୍କୁ ବର ରୂପେ ପ୍ରାପ୍ତ କରିବା ପାଇଁ ମାତାଙ୍କୁ କଠୋର ତପ କରିବାକୁ ପଡେ । ଅନେକ ଯୁଗ ତପସ୍ୟା କରିବା କାରଣରୁ ତାଙ୍କ ଶରୀର କଳା ପଡିଯାଏ । ଦେବୀଙ୍କ ତପରେ ପ୍ରସନ୍ନ ହୋଇ ମହାଦେବ ତାଙ୍କୁ ଅର୍ଦ୍ଧାଙ୍ଗିନୀ ରୁପେ ସ୍ୱୀକାର କରନ୍ତି ଏବଂ ମଳିନ ପଡିଥିବା ତାଙ୍କ ଶରୀରକୁ ଗଙ୍ଗା ଜଳରେ ଧୋଇଦିଅନ୍ତି । ଏହାପରଠାରୁ ଦେବୀଙ୍କ ମଳିନ ଶରୀର ଅତ୍ୟନ୍ତ କାନ୍ତିମାନ ଗୌରବର୍ଣ୍ଣର ହୋଇଯାଏ । ସେତେବେଳଠାରୁ ହିଁ ମା’ଙ୍କ ନାଁ ମହାଗୌରୀ ପଡିଛି ।

ମା’ ମହାଗୌରୀଙ୍କ ଆଉ ଏକ ପୌରାଣିକ କଥାରେ କୁହାଯାଇଛି , ଜଙ୍ଗଲରେ ଘୋର ତପସ୍ୟାରେ ବସିଥିବା ମା’ଙ୍କ ପାଖକୁ ଏକ ଭୋକିଲା ସିଂହ ଭୋଜନ ଲାଳସାରେ ଆସିଥିଲା । ଦେବୀଙ୍କୁ ଦେଖି ସିଂହର ଭୋକ ଅଧିକରୁ ଅତ୍ୟଧିକ ବଢିଯାଇଥିଲା କିନ୍ତୁ ସେ ଦେବୀଙ୍କୁ କ୍ଷତି ନ ପହଁଚାଇ ମା’ଙ୍କ ତପସ୍ୟାରୁ ଉଠିବାକୁ ଅପେକ୍ଷା କରି ସେଠାରେ ବସି ରହିଲା । ମା’ଙ୍କ ତପସ୍ୟା ଭଙ୍ଗ ହେବା ଅପେକ୍ଷାରେ ସିଂହଟି ଖୁବ୍ ଦୁର୍ବଳ ହୋଇପଡିଲା । ଦେବୀ ଯେତେବେଳେ ତପରୁ ଜାଗ୍ରତ ହେଲେ ସେତେବେଳେ ସିଂହର ଦୁର୍ଦ୍ଦଶା ଦେଖି ତାଙ୍କୁ ଦୟା ଆସିଲା ଏବଂ ମା’ ସିଂହକୁ ନିଜ ବାହନ କରିଦେଲେ ।



from Kanak News https://ift.tt/2Vh8rsS https://ift.tt/2IsQfaN
ମା’ ମହାମାୟାଙ୍କ ଆଜି ମହାଅଷ୍ଟମୀ ! ମହାଅଷ୍ଟମୀରେ ପୂଜା ପାଆନ୍ତି ଦେବୀ ମହାଗୌରୀ , ଜାଣନ୍ତୁ ଦେବୀଙ୍କ ପୌରାଣିକ ଗାଥା ସମ୍ବନ୍ଧରେ କିଛି … Kanak News ମା’ ମହାମାୟାଙ୍କ ଆଜି ମହାଅଷ୍ଟମୀ ! ମହାଅଷ୍ଟମୀରେ ପୂଜା ପାଆନ୍ତି ଦେବୀ ମହାଗୌରୀ , ଜାଣନ୍ତୁ ଦେବୀଙ୍କ ପୌରାଣିକ ଗାଥା ସମ୍ବନ୍ଧରେ କିଛି … Kanak News Reviewed by SUBHENDU BARAL on October 05, 2019 Rating: 5

No comments:

Powered by Blogger.