କନକ ବ୍ୟୁରୋ : ସବୁଜ ବଳୟ ତିଆରି ପାଇଁ କେନ୍ଦ୍ର ସରକାର ଆଣୁଛନ୍ତି ନୂଆ ଯୋଜନା । ପରିବେଶ ସୁରକ୍ଷା ଓ ଚିରହରିତ ଜଙ୍ଗଲ ପାଇଁ ୧୪୦୦ କିଲୋମିଟର ବିସ୍ତୃତ ଲମ୍ବ ‘ଗ୍ରୀନ ୱାଲ’ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆଫ୍ରିକାର ସେନେଗାଲରେ କରାଯାଇଥିବା ଗ୍ରେଟ୍ ଗ୍ରୀନ୍ ୱାଲ ଶୈଳୀରେ ଏହି ପ୍ରକଳ୍ପର ରୂପରେଖ ହୋଇପାରେ । ଏହି ଜଙ୍ଗଲର ଲମ୍ବ ୧୪୦୦ କିଲୋମିଟର ଓ ପ୍ରସ୍ଥ ୫ କିଲୋମିଟର ରହିବ । ଏନେଇ ଖୁବଶୀଘ୍ର ବିଧିବଦ୍ଧ ଘୋଷଣା ହୋଇପାରେ ।
ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ସ୍ତରରେ କୁତ୍ରିମ ଜଙ୍ଗଲ ପାଇଁ ବିଚାର କରୁଛନ୍ତି କେନ୍ଦ୍ର ସରକାର । ୨୦୩୦ ସୁଦ୍ଧା ଏହି ସବୁଜ ବଳୟ ପ୍ରକଳ୍ପ ଶେଷ ପାଇଁ ସମୟ ଧାର୍ଯ୍ୟ ହୋଇପାରେ । ଏନେଇ ବରିଷ୍ଠ ଅଧିକାରୀମାନେ ବିଚାରବିମର୍ଶ କରୁଛନ୍ତି ଓ ଏନେଇ ଶୀଘ୍ର ଘୋଷଣା ହେବାର ସମ୍ଭାବନା ରହିଛି । ଯଦି ଭବିଷ୍ୟତରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୁଏ, ତେବେ ଭାରତରରେ ବୃଦ୍ଧି ପାଉଥିବା ପ୍ରଦୃଷ୍ଣ ଉପରେ ଅନେକାଂଶରେ ରୋକ ଲଗାଯାଇ ଉଦାହରଣ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ପୋରବନ୍ଦର ଠାରୁ ପାନିପଥ ଯାଏଁ ସୃଷ୍ଟି କରାଯିବାକୁ ଥିବା ଏହି ଜଙ୍ଗଲ ବିକଶିତ ହେଲେ ପରିବେଶ ପାଇଁ ଲାଭଦାୟକ ହେବ । ଏହା ବ୍ୟତୀତ ଗୁଜୁରାଟ, ରାଜସ୍ଥାନ, ହରିୟାଣା ଠାରୁ ଦିଲ୍ଲୀ ଯାଏଁ ବିସ୍ତୃତ ଥିବା ଆରାବଳି ପାହାଡରୁ ଶେଷ ହେଉଥିବା ସବୁଜକୁ ନିୟନ୍ତ୍ରିତ କରାଯାଇପାରିବ ।
ଆଫ୍ରିକାରେ ଗ୍ରେଟ ଗ୍ରୀନ ୱାଲ ପାଇଁ ପାଖାପାଖି ଏକ ଦଶନ୍ଧି ପୂର୍ବରୁ କାମ ଆରମ୍ଭ କରାଯାଇଥିଲା । ମାତ୍ର ଅନେକ ଦେଶ ଭାଗିଦାରୀ ହେବା ଏବଂ ସେମାନଙ୍କ କାର୍ୟ୍ୟ ଶୈଳୀ ଭିନ୍ନ ହେବାରୁ ଏଯାଏଁ ଏହା ପୂର୍ଣ୍ଣରୂପେ ସଫଳତା ମିଳିପାରି ନାହିଁ । ଭାରତ ସରକାର ଏହାକୁ ୨୦୩୦ ଯାଏଁ ରାଷ୍ଟ୍ରୀୟ ପ୍ରାଥମିକତା ଭଳି ଦେଖୁଛନ୍ତି । ଏହାଦ୍ୱାରା ପ୍ରାୟ ୨୬ ମିଲିୟନ ହେକ୍ଟର ଜାଗାରେ ବୃକ୍ଷରୋପଣ କରାଯିବ ।
from Kanak News https://ift.tt/3217MhV https://ift.tt/35cX0qZ
ସବୁଜ ବଳୟ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱପ୍ନ : ୧୪ ଶହ କିଲୋମିଟର ଲମ୍ବର ତିଆରି ହେବ ଗ୍ରୀନ୍ ୱାଲ Kanak News
Reviewed by SUBHENDU BARAL
on
October 08, 2019
Rating:
No comments: