ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୫ ଦିନରେ ଚାରି ହାତୀଙ୍କ ମୃତ୍ୟୁ ଘଟିଛି। ଗତକାଲି ପୁଣି ଏକ ହାତୀର ମୃତ୍ୟୁ ହୋଇଛି। ମାଈ ହାତୀ ଗୌରୀ ଗତକାଲି ରାତି ୯ଟା ୫୧ ମିନଟ୍ରେ ପ୍ରାଣ ହରାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଭୟଙ୍କର ହରପିସ୍ ଭୂତାଣୁ ସଂକ୍ରମଣ ଯୋଗୁ ଅସୁସ୍ଥ ଥିଲା ଗୌରୀ। ହାଇପାୱାର୍ ମେଡିସିନ୍ ଡୋଜ୍ ସହ ପ୍ରତି ୧୨ ଘଣ୍ଟାରେ ଗୌରୀର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ଏପରିକି ଅନ୍ୟ ହାତୀଙ୍କଠାରୁ ତାକୁ ଅଲଗାରେ ମଧ୍ୟ ରଖାଯାଇଥିଲା। ଗୌରୀର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଗତକାଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଥିଲେ। ହେଲେ ହରପିସ୍ ଦାଉରୁ ବର୍ତ୍ତି ପାରି ନ ଥିଲା ଗୌରୀ।
୨୦୧୨ ମସିହା ଡିସେମ୍ବରରେ ଆଠଗଡ଼ ବନାଞ୍ଚଳରୁ ଗୌରୀକୁ ନନ୍ଦନକାନନକୁ ଅଣାଯାଇଥିଲା। ଏହାପୂର୍ବରୁ ଅଗଷ୍ଟ ୨୫ ତାରିଖରେ ହାତୀ ଜୁଲି, ସେପ୍ଟେମ୍ବର ୧୫ରେ ଚନ୍ଦନ ଏବଂ ସେପ୍ଟେମ୍ବର ୧୯ ତାରିଖରେ କମଳାର ମୃତ୍ୟୁ ଘଟିଛି। ଏବେ ଗୌରୀର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ସଂଖ୍ୟା ୮ରୁ ୪କୁ ଖସି ଆସିଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି।
ଅନ୍ୟପକ୍ଷରେ ହରପିସ୍ ଭୂତାଣୁ ଏବେ କିପରି ଅନ୍ୟ ହାତୀଙ୍କୁ ଏହା ନ ବ୍ୟାପିବ ସେ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ ସହ ସଚେତନତାର ଆବଶ୍ୟକ ରହିଛି।
ଜାଣନ୍ତୁ ହରପିସ୍ ଭୂତାଣୁ କ’ଣ?
from OTV Khabar. https://ift.tt/2QBWgIP
No comments: