ହାଇଦ୍ରାବାଦ: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା। ଏହି ଢଗର ଅର୍ଥ ସମସ୍ତେ ଜାଣିଥିବେ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠି ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଉଛି। ଖାଲି ଏତିକି ନୁହେଁ କେତେବେଳେ ତାଙ୍କୁ ଟାଣିଟାଣି ତ କେତେବେଳେ ଧକ୍କା ଦେଇ ଆଉ ମାଡ଼ ମଧ୍ୟ ମାରିବାକୁ ପଛାଉ ନାହାନ୍ତି ଏହି ବଡ଼ ଘରର ଲୋକେ। ହେଲେ ଏବେ ଯଦି ଆପଣମାନେ ଏମାନଙ୍କର ପରିଚୟ ଜାଣିବେ ଆପଣଙ୍କର ହୋସ୍ ଉଡ଼ିଯିବ।
ମହିଳାଙ୍କୁ ଏପରି ବ୍ୟବହାର କରୁଛନ୍ତି ତାଙ୍କ ସ୍ୱାମୀ, ଶ୍ୱଶୁର ଏବଂ ଶାଶୂ। ତାଙ୍କ ଶ୍ୱଶୁର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି। ତାଙ୍କ ନାଁ ଜଷ୍ଟିସ୍ ଏନ୍ ରାମମୋହନ ରାଓ। ସେ ମାଦ୍ରାସ ଓ ହାଇଦ୍ରାବାଦ୍ ହାଇକୋର୍ଟର ପୂର୍ବତନ ବିଚାରପତି ଭାବେ କାର୍ଯ୍ୟ ତୁଲାଇଥିଲେ।
ଯୌତୁକ ପାଇଁ ପୁରା ପରିବାର ମିଶି ତାଙ୍କୁ ଏଭଳି ନିର୍ଯାତନା ଦିଆଯାଉଥିବା ବୋହୂ ସିନ୍ଧୁ ଶର୍ମା ଅଭିଯୋଗ କରିଛନ୍ତି। ଯୌତୁକ ପାଇଁ ସ୍ୱାମୀ, ଶାଶୁ ଓ ଶ୍ୱଶୂରଙ୍କ ତାଙ୍କୁ ଏଭଳି ନିର୍ଯାତନା ଦେଉଥିବା ନେଇ ସେ ଏକ ମାମଲା ରୁଜୁ କରିଛନ୍ତି।
୨୦୧୨ରେ ଜଷ୍ଟିସ୍ ରାମମୋହନ ରାଓଙ୍କ ପୁଅ ବଶିଷ୍ଟଙ୍କ ସହ ସିନ୍ଧୁଙ୍କ ବିବାହ ହୋଇଥିଲା। ବିବାହର କିଛି ବର୍ଷ ପରେ ହିଁ ତାଙ୍କ ସହ ଏପରି ଅକଥନୀୟ ଅତ୍ୟାଚାର ହେଉଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏହି ସିସିଟିଭି ଭିଡିଓ ଗତ ଏପ୍ରିଲ ମାସର। ଏବେ ଏହା ସାମ୍ନାକୁ ଆସିବା ପରେ ଲୋକେ ଏହାର ତୀବ୍ର ପ୍ରତ୍ରିକ୍ରିୟା ରଖିଛନ୍ତି।
from OTV Khabar. https://ift.tt/2LI38Qd
No comments: