ଚନ୍ଦ୍ରଯାନ-୨: ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ, ସାହସ ଦେଲେ ପ୍ରଧାନମନ୍ତ୍ରୀ Rajalaxmi Sahoo

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ ଅବତରଣର ଶେଷ ମୁହୁର୍ତ୍ତରେ ହିଁ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହୋଇଛି। ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କ ସୂଚନା ଅନୁସାରେ ଚନ୍ଦ୍ର ପୃଷ୍ଠରୁ ୨.୧ କିଲୋମିଟର ଦୂରତା ଯାଏ ଲ୍ୟାଣ୍ଡର ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା। ତା’ ପରେ ଲ୍ୟାଣ୍ଡର ପାଖରୁ ଇସ୍ରୋ କଣ୍ଟ୍ରୋଲ ରୁମ୍‌କୁ କୌଣସି ସୂଚନା ନ ମିଳିବାରୁ ବୈଜ୍ଞାନିକମାନେ ସାରାରାତି ତଥ୍ୟ ପାଇବା ପାଇଁ ଅପେକ୍ଷା କରିଥିଲେ।

ସଫ୍ଟ ଲ୍ୟାଣ୍ଡିଂର ଶେଷ ସମୟରେ ହିଁ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହୋଇଥିଲା। ଇସ୍ରୋ ମୁଖ୍ୟାଳୟରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ରୋ ଅଧ୍ୟକ୍ଷ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଆଶା ଓ ଆଶଙ୍କାରେ ଦେଖିବାକୁ ମିଳିଥିଲା। ଏହା ପରେ କିଛି ସମୟ ପାଇଁ ଇସ୍ରୋ ମୁଖ୍ୟାଳୟରେ ନିରାଶ ଖେଳି ଯାଇଥିଲା। ଏହା ଦେଖି ସାହସ ନ ହରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ପରାମର୍ଶ ଦେଇଥିଲେ।

ଲ୍ୟାଣ୍ଡିଂ ବିଫଳ ହୋଇଥିଲେ ମଧ୍ୟ ଗତ ସେପ୍ଟେମ୍ବର ୧ରେ ଅରବିଟର୍‌ , ଚନ୍ଦ୍ର କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହୋଇଥିବାରୁ ଚନ୍ଦ୍ରଯାନ ମିଶନ-୨କୁ ଆଂଶିକ ସଫଳତା ମିଳିଛି।

ବୈଜ୍ଞାନିକମାନେ ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ ପାଇଁ ବେଶ୍ ପ୍ରୟାସ କରିଥିଲେ। ଏବେ ବି ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ ଚାଲିଥିବା ଜଣାପଡ଼ିଛି।



from OTV Khabar. https://ift.tt/2ZS8XhT
ଚନ୍ଦ୍ରଯାନ-୨: ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ, ସାହସ ଦେଲେ ପ୍ରଧାନମନ୍ତ୍ରୀ Rajalaxmi Sahoo ଚନ୍ଦ୍ରଯାନ-୨: ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ, ସାହସ ଦେଲେ ପ୍ରଧାନମନ୍ତ୍ରୀ Rajalaxmi Sahoo Reviewed by SUBHENDU BARAL on September 06, 2019 Rating: 5

No comments:

Powered by Blogger.