ନର୍ସ ନିହାରିକା ହତ୍ୟା ମାମଲା: ଜେଲ୍‌ ଗଲା ରାଜା Rajalaxmi Sahoo

କଟକ: ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଅଭିଯୁକ୍ତ ରାଜାକୁ ପୁଲିସ୍‌ ଜେଲ୍‌କୁ ପଠାଇଛି। ଗତକାଲି ଜଗତସିଂହପୁର ଏସଡିଜେଏମ୍ କୋର୍ଟରେ ହାଜର ପରେ ତାକୁ ଆଳି ପିଙ୍ଗଳ ଜେଲ୍‌କୁ ପଠାଇ ଦିଆଯାଇଛି। ଏହାପୂର୍ବରୁ ଡାକ୍ତରଖାନାରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ରାଜା ଗିରଫ ହେବା ପରେ  ନିହାରିକା ହତ୍ୟା ମାମଲା ଉପରୁ ଜଗତସିଂହପୁର ପୁଲିସ୍ ପରଦା ଉଠାଇଥିଲା। ଏନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଏସ୍‌ପି ଆର. ପ୍ରକାଶ ସୂଚନା ଦେଇ କହିଥିଲେ,“ ରାଜା ବେକାର ଥିଲା। କୌଣସି କାମ ଧନ୍ଦା କରୁ ନ ଥିବାରୁ ନିହାରିକାଙ୍କ ସହ ଏନେଇ ଝଗଡ଼ା ହୋଇଥିଲା। ଏହାପରେ ଅଭିଯୁକ୍ତ ରାଜା ନିହାରିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। କଟକ ଚାଉଳିଆଗଞ୍ଜ ସ୍ଥିତ ସାଙ୍ଗ ଘରେ ହିଁ ହତ୍ୟାକାଣ୍ଡ ଘଟିଥଲା। ରାଜା ମୃତଦେହକୁ ଅଖାରେ ଭର୍ତ୍ତି କରି ନିଜ ବାଇକ ପଛରେ ଲଦି ବିଲୁଆଖାଇ ନଦୀ ପଠାରେ ଫୋପାଡ଼ି ଦେଇ ଥିଲା। ହତ୍ୟା ନେଇ ରାଜା ବିରୋଧରେ ପ୍ରମାଣ ରହିଛି। ସିସିଟିଭି ଭିଜୁଆଲ୍, ଫୋନ୍‌ କଲ, ଫୋରେନସିକ୍ ଯାଞ୍ଚ ଓ ଅଭିଯୁକ୍ତର ସ୍ୱୀକାରୋକ୍ତିରୁ ରାଜା ହିଁ ହତ୍ୟାକାରୀ।”

ସୂଚନାଯୋଗ୍ୟ, ନିହାରିକା ୮ ତାରିଖରୁ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ ୯ ତାରିଖରେ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ୧୭ ତାରିଖରେ ବିଲୁଆ ଖାଇ ନଦୀରୁ ତାଙ୍କ ଗଳିତ ମୃତଦେହ ବିରିଡ଼ି ଥାନା ପୁଲିସ ଜବତ କରିଥିଲା। ଏହା ଜଣାପଡ଼ିବା ପରେ ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇ ଥିଲା।

ଆହୁରି ମଧ୍ୟ ପଢ଼ନ୍ତୁ: ନର୍ସ ନିହାରିକା ମର୍ଡର ମିଷ୍ଟ୍ରୀର ପର୍ଦ୍ଦାଫାସ୍‌; ରାଜା ମାରିଛି ପ୍ରେମିକା ନିହାରିକାକୁ

 



from OTV Khabar. https://ift.tt/2IgDvDO
ନର୍ସ ନିହାରିକା ହତ୍ୟା ମାମଲା: ଜେଲ୍‌ ଗଲା ରାଜା Rajalaxmi Sahoo ନର୍ସ ନିହାରିକା ହତ୍ୟା ମାମଲା: ଜେଲ୍‌ ଗଲା ରାଜା Rajalaxmi Sahoo Reviewed by SUBHENDU BARAL on September 21, 2019 Rating: 5

No comments:

Powered by Blogger.