ଆଜି ବି ଉପାସରେ ମହାପ୍ରଭୁ ଲିଙ୍ଗରାଜ Rajalaxmi Sahoo

ଭୁବନେଶ୍ୱର: ନିଯୋଗ ବିବାଦ ପାଇଁ ଉପାସରେ ମହାପ୍ରଭୁ ଲିଙ୍ଗରାଜ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ହୋଇପାରିନି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି।

ଗଙ୍ଗୁଆ ନଦୀ କୂଳ ଜମିରେ ବଡୁ ନିଯୋଗର ନିର୍ମାଣକୁ ନେଇ ଏହି ବିବାଦ ଉପୁଜିଛି। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଏହି ନିର୍ମାଣକୁ ବିରୋଧ କରି ନୀତିକାନ୍ତି ବନ୍ଦ ରଖିଛନ୍ତି। ମହାପ୍ରଭୁ ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ ବେଆଇନ୍‌ ଭାବେ ର୍ନିମାଣ କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ ଅଭିଯୋଗକୁ ବଡୁ ନିଯୋଗ ଖଣ୍ଡନ କରିଛି। ବିବାଦୀୟ ଜମିକୁ ନିଜର ବୋଲି ବଡୁ ନିଯୋଗ ଦାବି କରିଛି। ଏହା ଦୀର୍ଘ ୪ ଶହରୁ ଅଧିକ ବର୍ଷ ଧରି ବଡ଼ୁ ନିଯୋଗ ନାଁରେ ରହିଛି। ଏବେ କାହିଁକି ଏହାକୁ ନେଇ ବିବାଦ ଦେଖାଦେଲା ବୋଲି ବଡୁ ନିଯୋଗ ପାଲଟା ଅଭିଯୋଗ କରିଛି।

ସେପଟେ ବଡ଼ୁ ନିଯୋଗର ନିର୍ମାଣକୁ ମନ୍ଦିର ପ୍ରଶାସନ ବେଆଇନ୍‌ ଦର୍ଶାଇଛି। ଜମି ମହାପ୍ରଭୁ ଲିଙ୍ଗରାଜଙ୍କର। ଏହାକୁ ସୁରକ୍ଷା ଦେବା ପାଇଁ କେବଳ ସେବାୟତ ଦାୟିତ୍ୱରେ ଥିଲେ। ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ଲିଙ୍ଗରାଜଙ୍କର ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି। ଏହି ମାମଲାକୁ ନେଇ ଗତକାଲି ଏକ ବୈଠକ ମଧ୍ୟ ବସିଥିଲା। ତେବେ ବୈଠକରେ କୌଣସି ସମାଧାନ ବାହାରି ପାରି ନ ଥିବାବେଳେ ନିଜ ଜିଦ୍‌ରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଅଟଳ ରହିଛନ୍ତି।



from OTV Khabar. https://ift.tt/32nZsIX
ଆଜି ବି ଉପାସରେ ମହାପ୍ରଭୁ ଲିଙ୍ଗରାଜ Rajalaxmi Sahoo ଆଜି ବି ଉପାସରେ ମହାପ୍ରଭୁ ଲିଙ୍ଗରାଜ Rajalaxmi Sahoo Reviewed by SUBHENDU BARAL on September 03, 2019 Rating: 5

No comments:

Powered by Blogger.