ପାରାଦୀପ: ଲୋକଲଜ୍ଜାରୁ ବଞ୍ଚିବା ପାଇଁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଜଣକ ନିଜ ଘରେ ଓଢଣୀ ଦ୍ୱାରା ଫାଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ରବିବାର ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଛାତ୍ରୀଜଣକ ଯୁକ୍ତ ୨ ପ୍ରଥମ ବର୍ଷ ପଢୁଥିଲେ। ଗତ ୨୪ ତାରିଖରେ କଲେଜ ଯିବା ବାଟରେ ତାଙ୍କୁ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ଛାତ୍ରୀଙ୍କ ଚିତ୍କାର ଶୁଣି ପାଖ ଗାଁର ଲୋକମାନେ ଧାଇଁ ଆସି ଯୁବକଙ୍କୁ କାବୁ କରି ନେଇଥିଲେ। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୁଲିସ୍ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ଏବେ ଜେଲ୍ରେ ଅଛି ।
ମାତ୍ର ସେଦିନର ଘଟଣା ଛାତ୍ରୀଙ୍କୁ ଗଭୀର ଭାବେ ମର୍ମାହତ କରିଥିଲା। ସେବେଠାରୁ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ଉକ୍ତ ଛାତ୍ରୀ ଲୋକଲଜ୍ଜା ସହି ନ ପାରି ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଛାତ୍ରୀ ଜଣକ ଆତ୍ମହତ୍ୟା କରିବା ପରେ ପୁଲିସ୍ ଅଭିଯୁକ୍ତ ବିରୋଧରେ ଆଉ ଏକ ମାମଲା ରୁଜୁ କରିବା ସହ ଘଟଣାର ଖୋଳତାଡ଼ କରୁଛି।
from OTV Khabar. https://ift.tt/2MOPJYp
No comments: