ନୂଆଦିଲ୍ଲୀ: ସରି ସରି ଆସୁଛି ଚନ୍ଦ୍ରଯାନ-୨ର ଡେଡ୍ଲାଇନ। ଆସନ୍ତାକାଲି ଭିତରେ ଯଦି ଲ୍ୟାଣ୍ଡର୍ ବିକ୍ରମର କିଛି ସୂଚନା ନ ମିଳେ, ତେବେ ତା ସହିତ ଆଉ କୌଣସି ପ୍ରକାର ଯୋଗାଯୋଗ କରିବା ସଂପୂର୍ଣ୍ଣ ରୂପେ ଅସମ୍ଭବ ହୋଇପଡ଼ିବ। କାରଣ ଆସନ୍ତାକାଲି ପରେ ଚନ୍ଦ୍ରପୃଷ୍ଠରେ ଆରମ୍ଭ ହେବ ଶୀତ ରାତି। ଚନ୍ଦ୍ରପୃଷ୍ଠରେ ତାପମାତ୍ରା ୨୦୦ ଡିଗ୍ରୀ ତଳକୁ ଖସିଯିବ। ଏହା ପରେ ବିକ୍ରମ ଆଉ କାମ କରିବ ନାହିଁ।
ବିକ୍ରମକୁ ଠାବ କରିବାରେ ନାସା ମଧ୍ୟ ଏକ ପ୍ରକାର ବିଫଳ ହୋଇଛି। ଯେଉଁଠି ବିକ୍ରମ ଲାଣ୍ଡ କରିବାର ଥିଲା, ସେହି ସ୍ଥାନର ଫଟୋ ନାସା ଉଠାଇଥିଲେ ମଧ୍ୟ ବିକ୍ରମ ସଂପର୍କରେ କୌଣସି ସୂଚନା ମିଳି ନାହିଁ। ତଥାପି ନାସାର ଲୁନାର୍ ଅର୍ବିଟର ଉଠାଇଥିବା ଫଟୋ ଓ ସଂଗୃହୀତ ହୋଇଥିବା ତଥ୍ୟକୁ ବିଶ୍ଲେଷଣ କରାଯାଉଛି। ସେପ୍ଟେମ୍ବର ୭ ତାରିଖରେ ଲାଣ୍ଡର୍ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ଥିଲା। କିନ୍ତୁ ଚନ୍ଦ୍ରପୃଷ୍ଠଠାରୁ ମାତ୍ର ୨.୧ କିଲୋମିଟର ଦୂରରେ ଥିବାବେଳେ ତ୍ରୁଟି ଯୋଗୁ ବିକ୍ରମ ସହିତ ଇସ୍ରୋର ସମ୍ପର୍କ ଛିନ୍ନ ହୋଇଯାଇଥିଲା।
ବିକ୍ରମର ହାର୍ଡ ଲାଣ୍ଡିଂ ହୋଇଥିବା ସନ୍ଦେହ କରାଯାଉଛି। ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ତା ସହିତ ଏପର୍ଯ୍ୟନ୍ତ ଯୋଗାଯୋଗ କରାଯାଇପାରି ନାହିଁ। ବିକ୍ରମର ଜୀବନକାଳ ମାତ୍ର ୧୪ ଦିନ ଥିଲା, ଯାହାକି ଆସନ୍ତାକାଲି ଶେଷ ହେଉଛି। ତେଣୁ ଆସନ୍ତାକାଲି ଭିତରେ ଯଦି ଲାଣ୍ଡର ସହିତ କୌଣସି ଯୋଗାଯୋଗ ନ ହୁଏ ତେବେ ତାଠାରୁ ଆଉ କୌଣସି ପ୍ରକାର ସୂଚନା ମିଳିବା ଅସମ୍ଭବ ହୋଇପଡ଼ିବ।
from OTV Khabar. https://ift.tt/32XDCvV
No comments: