ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠର ଆଉ ଟିକେ ନିକଟତର ହୋଇଛି ବିକ୍ରମ୍ ଲ୍ୟାଣ୍ଡର। ଆଜି ଭୋରୁ ପୁଣି ଥରେ ବିକ୍ରମ୍ ଲ୍ୟାଣ୍ଡରକୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି।
ଭୋର ୩ଟା ୪୨ ମିନିଟ୍ ସମୟରେ ଲ୍ୟାଣ୍ଡରକୁ ଚନ୍ଦ୍ରର ନିକଟତର କକ୍ଷ ୩୫ କିଲୋମିଟର କକ୍ଷକୁ ଅଣାଯାଇଛି। ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ମାତ୍ର ୯ ସେକେଣ୍ଡ ଲାଗିଥିଲା। ବିକ୍ରମ୍ ଲ୍ୟାଣ୍ଡର ଏବେ ଚନ୍ଦ୍ରର ନିକଟବର୍ତ୍ତୀ ୩୫ କିଲୋମିଟର ଓ ଦୂରତା ୧୦୧ କିଲୋମିଟର କକ୍ଷପଥରେ ପରିଭ୍ରମଣ କରୁଛି।
ଗତକାଲି ସକାଳ ୮ଟା ୫୦ ମିନିଟ୍ରେ ଡି-ଅର୍ବିଟିଙ୍ଗ୍ ପ୍ରକ୍ରିୟାକୁ ଇସ୍ରୋ ବୈଜ୍ଞାନିକମାନେ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ। ଅର୍ବିଟର ଠାରୁ ଅଲଗା ହେବା ପରେ ବିକ୍ରମ୍ ଲ୍ୟାଣ୍ଡରକୁ ପ୍ରଥମ ଥର ପାଇଁ ଡି-ଅର୍ବିଟିଙ୍ଗ୍ କରିଥିଲା ଇସ୍ରୋ ଅର୍ବିଟର ଓ ଲ୍ୟାଣ୍ଡର। ତେବେ ଲ୍ୟାଣ୍ଡର ଆସନ୍ତା ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଇସ୍ରୋ ଆଶା ରଖିଛି।
from OTV Khabar. https://ift.tt/2HKz6Jb
ଚନ୍ଦ୍ରପୃଷ୍ଠର ଆହୁରି ନିକଟତର ହେଲା ବିକ୍ରମ୍ ଲ୍ୟାଣ୍ଡର OTV KHABAR BUREAU
Reviewed by SUBHENDU BARAL
on
September 03, 2019
Rating:
No comments: