୨୩ରୁ ବଢିବ ବର୍ଷା! ୨୨ ତାରିଖ ଯାଏଁ ରାଜ୍ୟର କାଁ ଭାଁ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା Kanak News

କନକ ବ୍ୟୁରୋ:  ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର କାଁ ଭାଁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆଜି ଗଜପତି, ଗଞ୍ଜାମ, ରାୟଗଡ଼ା, ଖୋର୍ଧା, କଟକ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ଏବଂ ୨୧ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୨ତାରିଖରେ ସାମାନ୍ୟ କମିବ। ଏହି ଦିନ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ତେବେ ୨୩ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ। ବିଶେଷକରି ମାଲକାନଗିରି, କୋରାପୁଟ, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲ୍ଲାରେ ବର୍ଷା ପରିମାଣ ଅଧିକ ରହିବ। ପରଦିନ ଅର୍ଥାତ ୨୪ ତାରିଖରେ ମଧ୍ୟ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଗତ ୧୨ ଘଣ୍ଟା ମଧ୍ୟରେ ବାରିପଦାରେ ୨୫ମିମି ବର୍ଷା ହୋଇଥିବା ବେଳେ ହୀରାକୁଦରେ ୨୧, ଭବାନୀପାଟଣାରେ ୧୧.୬, ବଲାଙ୍ଗୀର ଓ ଦାରିଙ୍ଗବାଡ଼ିରେ ୮, ଫୁଲବାଣୀରେ ୪.୮, ଭୁବନେଶ୍ବରରେ ୨.୪ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।



from Kanak News https://ift.tt/2Oc5rgb https://ift.tt/2Ym8AMH
୨୩ରୁ ବଢିବ ବର୍ଷା! ୨୨ ତାରିଖ ଯାଏଁ ରାଜ୍ୟର କାଁ ଭାଁ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା Kanak News ୨୩ରୁ ବଢିବ ବର୍ଷା! ୨୨ ତାରିଖ ଯାଏଁ ରାଜ୍ୟର କାଁ ଭାଁ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା Kanak News Reviewed by SUBHENDU BARAL on September 19, 2019 Rating: 5

No comments:

Powered by Blogger.